ଖଇରା, (ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ନଦୀ ଗ୍ରାମ ପଞ୍ଚାୟତ ଅଧିନସ୍ଥ ନଦୀ ଗ୍ରାମରେ ଶାସନ ଠାରେ ଶ୍ରୀ ଶ୍ରୀ ରାଧା କୃଷ୍ଣ ଜୀଉଙ୍କ ମନ୍ଦିର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଥିଲା । ସମସ୍ତ ଶାନ୍ତି ଶୃଙ୍ଖଳା ଦୃଷ୍ଟିିରେ ରଖି ବେଶ୍ ଧୁମ୍ ଧାମରେ ରାଧାକୃଷ୍ଣ ପ୍ରଭୁଙ୍କର ପୂଜାର୍ଚ୍ଚନା ଓ ଯଜ୍ଞ କାର୍ୟ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏହି ପ୍ରତିଷ୍ଠା ଦିବସଟି ୩ ଦିନ ଧରି ଗ୍ରାମବାସୀଙ୍କ ତତ୍ତ୍ଵାବଧାନରେ ସୁଚାରୁରୂପେ କରାଯାଇଥିଲା ।
ପ୍ରଥମେ କଳସ ଶୋଭା ଯାତ୍ରା ହୋଇଥିଲା । ୮ ଜଣ ବ୍ରାହ୍ମଣ ମାନଙ୍କୁ ନେଇ ପୂଜାର୍ଚ୍ଚନା ଓ ଯଜ୍ଞ ପାଠ କରାଯାଇଥିଲା । ପଣ୍ଡିତ ତୋଷି କାନ୍ତ ପାଢ଼ୀ ଓ ପଣ୍ଡିତ ଗଙ୍ଗାଧର ତ୍ରିପାଠୀ ଏବଂ ପଣ୍ଡିତ ନିହାର ରଞ୍ଜନ ପାଢ଼ୀ ଅନ୍ୟ ବ୍ରାହ୍ମଣ ଓ ଗ୍ରାମବାସୀଙ୍କ ନେତୃତ୍ୱରେ ମନ୍ଦିର ଦିବସ କରାଯାଇଥିଲା । ପ୍ରାୟ ୨ ହଜାରରୁ ୩ ହଜାର ଭିତରେ ଭକ୍ତ ସମାଗମ ରହିଥିବାର ଦେଖିବାକୁ ମିଳିଥିଲା । ଭକ୍ତମାନଙ୍କ ନିମନ୍ତେ ପ୍ରସାଦ ସେବନ ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।