ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ଭୋଟ ନ ଦେବାକୁ ନିଷ୍ପତ୍ତି ନେଲା ଗୁହାରିଆମୁଣ୍ଡା ଆଦିବାସୀ ସଂଘ

Spread the love

ପାଟଣାଗଡ଼, (ନାଗରାଜ ନ୍ୟୁଜ): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଗୁହାରିଆ ମୁଣ୍ଡା ଗ୍ରାମ ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସଂଘର ସଭାପତି ଚନ୍ଦ୍ର ଧରୁଆ ସଭାପତିତ୍ବରେ ବୈଠକରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଚଳିତବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରାଜ୍ୟ ସରକାର ଆଦିବାସୀମାନଙ୍କୁ ଅଣଦେଖା କରି ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରିଥିବାରୁ ଓଡ଼ିଶା ସରକାର ବିଜେଡ଼ି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟରୁ ବାସନ୍ଦ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।

ବୈଠକରେ କେହି ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେବୁ ନାହିଁ ବୋଲି ମତପ୍ରକାଶ କରିଥିଲେ । ଏଥିରେ ଧବଲେଶ୍ଵର କୁଅଁର, ବାଳମୁକୁନ୍ଦ, ଟିକେ ଲାଲ୍ ଧରୁଆ, ବିଦୁଭୂଏ, ବିରଞ୍ଚି ଭୂଏ, ନିତ୍ୟା କୁଅଁର, ରାଜକୁମାର ଭୁଏ, ଶୁକୃ ଧରୁଆ, ମଙ୍ଗଳୁ ଧରୁଆ, ଚମରୁ ଧରୁଆ, ଯାଦୁ ଧରୁଆ, ଲକ୍ଷପତି ଧରୁଆ, କିର୍ତନ ଧରୁଆ, ମକାରୁ ଧରୁଆ, କିର୍ତ୍ତି ଧରୁଆ, ଶୁଶିଲ କୁଅଁର, ମାଧ କୁଅଁର ପ୍ରମୁଖଙ୍କ ସମେତ ଶତାଧିକ ଆଦିବାସୀ ମହିଳା ପୁରୁଷ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *