ଏବେ ମଣିଷ ପିନ୍ଧିବେ ମୁକେଶଙ୍କ ମିସ୍କଡ୍‌ ରିଅଲିଟି ଚଷମା

Spread the love

ମୁମ୍ବାଇ: ବିଜେନସ ଟାଇକୁନ ମୁକେଶ ଅମ୍ୱାନୀଙ୍କ ରିଲାଏନ୍ସ ଜିଓ ବଜାରକୁ ଛାଡ଼ିବ ଚଷାମ। ରିଲାଏନ୍ସ ଜିଓ ପକ୍ଷରୁ ଜିଓ ଗ୍ଲାସ୍‌କୁ ଉନ୍ମୋଚନ କରାଯାଇଛି। ଏହି ଚଷମା ଜରିଆରେ ରିଲାଏନ୍ସ ଡିଜିଟାଳ ଦୁନିଆରେ ବଡ଼ ଘରଣର ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖିଛି। ଭିଡିଓ କନଫରେନ୍ସିଂ ଆପ୍ ଜିଓ ମିଟ୍‌ ଓ ଜିଓ ଗ୍ଲାସ୍‌କୁ ମିଶାଇ ଶିକ୍ଷା ପ୍ରଯୁକ୍ତି କ୍ଷେତ୍ରରେ ରିଲାଏନ୍ସ ବଡ଼ ଧରଣର ପରିବର୍ତ୍ତନ ଆଣିବାକୁ ଯୋଜନା ରଖିଛି। ଭଚୁର୍ଆଲ୍ କ୍ଲାସେସ୍‌ କ୍ଷେତ୍ରରେ ଏହା ବିପ୍ଳବ ଆଣିପାରିବ। ଏହାର ମୂଲ୍ୟ କେତେ ଓ କେବେ ବଜାରକୁ ଆସିବ ତାହା କମ୍ପାନୀ କହିନାହିଁ।

ଏହା ହେଉଛି ୭୫ ଗ୍ରାମ୍‌ ଓଜନର ଏକ ମିସ୍କଡ୍‌ ରିଅଲିଟି ଚଷମା ଯାହାକୁ ସ୍ମାର୍ଟଫୋନ୍ ସହ ଯୋଡ଼ିହେବ। ଏହା ଜରିଆରେ ଇଣ୍ଟରନେଟ୍‌ ବ୍ରାଉଜିଂ କରିହେବ। ଏଥ‌ିରେ ରହିଛି ହୋଲୋଗ୍ରାଫିକ୍ ଲେନ୍ସ ଯାହା କନଫରେନ୍ସ କଲ୍, ପ୍ର‌େଜେଣ୍ଟେସନକୁ ସେୟାର କରିବା ଓ ଦେଖିବା ଏବଂ ଆଲୋଚନା କରିବାରେ ସହାୟକ ହେବ।

ହୋଲୋଗ୍ରାଫିକ୍ କଲ୍‌ରେ ମଣିଷ ଥ୍ରିଡି ଅବତାରରେ ଆବିର୍ଭାବ ହୋଇପାରିବେ। ଜିଓ ଗ୍ଲାସ୍‌ରେ ରହିଛି ପ୍ଲାଷ୍ଟିକ୍ ଫ୍ରେମ୍ ଓ ଏହାର ଦୁଇ ଲେନ୍ସ ମଝିରେ ଏକ କ୍ୟାମେରା ବ୍ୟବହାର କରାଯାଇଛି। ଚଷମା ଦୁଇ ଗୋଡ଼ରେ ଅଡିଓ, ସ୍ପିକର ଓ ବ୍ୟାଟେରି ରହିଛି। ଜିଓ ଗ୍ଲାସ୍‌ରେ ହାଇ ରିଜଲ୍ୟୁସନ୍ ଡିସ୍‌ପ୍ଲେ ରହିଥିବା ବେଳେ ଫୋନ୍ ସହ ଏହାକୁ ‌ଯୋଡ଼ିବା ଲାଗି ଏକ କେବୁଲ୍‌ ମଧ୍ୟ ରହିଛି। ଅଡିଓ ବ୍ୟବସ୍ଥା ମଧ୍ୟ ଏଥିରେ ରହିଛି।

 

Leave a Reply

Your email address will not be published. Required fields are marked *