ପାଣି ସମସ୍ୟା ନେଇ ଆମରଣ ଅନଶନର ଚେତାବନୀ 

Spread the love

ପାଟଣାଗଡ଼( ନାଗରାଜ ନ୍ୟୁଜ ): ପାଟଣାଗଡ଼ ବ୍ଲକ ଲରମ୍ଭା ପଞ୍ଚାୟତ ଖୁରିପାଣି ଗାଁରେ ପାଣି ସମସ୍ୟାକୁ ନେଇ ଗ୍ରାମବାସୀ ଦୀର୍ଘ ଦିନ ଧରି ଜିଲ୍ଲାପାଳ, ବ୍ଳକ ପ୍ରଶାସନ ଓ ଜନ ପ୍ରତିନିଧିଙ୍କ ପାଖରେ ଗୁହାରି କରିଆସୁଥିଲେ ସୁଦ୍ଧା କୈାଣସି ସୁଫଳ ମିଳିନାହିଁ । ଶେଷରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିଥିଲେ । ଅଭିଯୋଗ ଅନୁଯାୟୀ ଗ୍ରାମରେ ଫ୍ଲୋରାଇଡ ଯୁକ୍ତ ପାଣି ଯୋଗୁଁ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଅଳ୍ପ ବୟସରେ ମୃତ୍ୟୁ ବରଣ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପାଣି ସମସ୍ୟା ନେଇ ସୁକନ୍ୟା ଶକ୍ତି ସଂଗଠନ ପାଟଣାଗଡ଼ଙ୍କୁ ଖୁରିପାଣି ଗ୍ରାମବାସୀ ଲିଖିତ ଭାବେ ଜଣାଇଥିବା ଦର୍ଶାଯାଇଛି ।

ମଙ୍ଗଳବାର ସ୍ବେଚ୍ଛାସେବୀ ଅନୁଷ୍ଠାନ ସୁକନ୍ୟାଶକ୍ତି ସଂଗଠନ ସଂପାଦକ ଉଦୟ ଚନ୍ଦନ ଭୋଇଙ୍କ ନେତୃତ୍ବରେ ଗ୍ରାମବାସୀମାନଙ୍କ ସହ ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟା ନନ୍ଦ ସେଠୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୀଳମାଧବ ସୁନାଙ୍କୁ ଲିଖିତ ଦାବି ପତ୍ର ପ୍ରଦାନ କରିଥିଲେ । ଦାବିପତ୍ର ପ୍ରଦାନ କରିବା ସମୟରେ ସଂଗଠନ କର୍ମକର୍ତ୍ତା ସଦସ୍ୟ ଉପସ୍ଥିତ ଥିଲେ । ଲିଖିତ ଅଭିଯୋଗ ଅନୁଯାୟୀ ଖୁରିପାଣି ଗାଁରେ ଲାଗି ରହିଥିବା ପାଣି ସମସ୍ୟା ତୁରନ୍ତ ସମାଧାନ କରା ନଗଲେ ଆସନ୍ତା ଫେବୃଆରୀ ୨୫ ତାରିଖ ଦିନ ପାଟଣାଗଡ଼ ରାମଜୀ ଛକ ଠାରେ ଗ୍ରାମବାସୀଙ୍କୁ ନେଇ ଆମରଣ ଅନଶନରେ ବସିବାକୁ ସୁକନ୍ୟା ଶକ୍ତି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published. Required fields are marked *