ଷ୍ଟୁଡିଓରେ ଚାଲିଛି ଗୀତ ରେକଡ଼ିଂ, ରାଜ୍ୟପାଳ ଗାଇଛନ୍ତି ଗୀତ

Spread the love

କଟକ, (ନାଗରାଜ ନ୍ୟୁଜ): ଷ୍ଟୁଡିଓରେ ଚାଲିଛି ଗୀତ ରେକଡ଼ିଂ । ଓଡିଶାର ଲୋକପ୍ରିୟ ଗୀତ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତର ତାଳେ ତାଳେ ବୋଲା ଯାଉଛି ଗୀତ । ଆଉ ଇଏ ହେଉଛି କଟକର ମିଲନ ଷ୍ଟୁଡିଓ । ଯେଉଁଠି କି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଗୀତ ଗାଇଛନ୍ତି । ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ଅତି ସୁନ୍ଦର ଭାବରେ ଗାଇଛନ୍ତି ଗୀତ । ତାଙ୍କ ସହିତ ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ପେମାନନ୍ଦ ଓ କଣ୍ଠଶିଳ୍ପୀ ଦିପ୍ତୀରେଖା ରହିଥିଲେ । ତେବେ ଏହି ଗୀତ ଗାଇବା ସମୟରେ ଆତ୍ମବିଭୋର ହୋଇଯାଇଥିଲେ ରାଜ୍ୟପାଳ । ଦ୍ଵିତୀୟ ଥର ପାଇଁ ଓଡ଼ିଆ ଗୀତ ଗାଇ ବେଶ ଭଲ ଲାଗିଲା ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ଏହାସହିତ ଏହି ସଙ୍ଗୀତର ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦଙ୍କ ଉଦ୍ୟମକୁ ବେଶ୍ ପ୍ରଶଂସା କରିଛନ୍ତି ରାଜ୍ୟପାଳ ।

ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ନୂଆ ରୂପରେ ବର୍ଣ୍ଣନା କରାଯାଇଛି । ପୂର୍ବରୁ ମାଟି ଓଡ଼ିଶା ଜାତି ଓଡିଶା ଗୀତ ଗାଇଥିଲେ ରାଜ୍ୟପାଳ । ଆଉ ସେହି ଗୀତଟି ଅଧିକ ଲୋକପ୍ରିୟ ହୋଇଥିଲା । ଗୀତର ରେକଡ଼ିଂ ମିଲନ ଷ୍ଟୁଡିଓରେ କରାଯାଇଥିବା ବେଳେ ଖୁବ୍ ଶୀଘ୍ର ପୁରୀ ସ୍ଥିତ ରାଜଭବନରେ ସୁଟିଂ କରାଯିବା ନେଇ ସହମତି ପ୍ରକାଶ କରିଛନ୍ତି ରାଜ୍ୟପାଳ । ଏହି ଗୀତରେ ନିର୍ଦ୍ଦେଶନା ଦାଇତ୍ୱ ତୁଲାଇଛନ୍ତି ଓଡିଶା ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ଏବଂ କଣ୍ଠଦାନ କରିଛନ୍ତି ଯୁବ କଣ୍ଠଶିଳ୍ପୀ ଦିପ୍ତିରେଖା ।ରାଜ୍ୟପାଳ ଭୁବନେଶ୍ୱର ରାଜଭବନରୁ ବାହାରି ମିଲନ ଷ୍ଟୁଡିଓରେ ମାତ୍ର ୪୫ ମିନିଟ ରହି ଗୀତ ଗାଇ ଫେରିଯାଇଥିଲେ। ରାଜ୍ୟପାଳଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *