ବାବା ବକ୍ରେଶ୍ୱର ମନ୍ଦିରରେ ଚାଲିଛି ପୂଜାର୍ଚ୍ଚନା

Spread the love

ଖଇରା, (ନାଗରାଜ ନ୍ୟୁଜ): ଆଜି ପବିତ୍ର ଶିବ ରାତ୍ରୀ ଅବସରରେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକରେ ଥିବା ବାବା ବକ୍ରେଶ୍ୱର ମନ୍ଦିରରେ ଚାଲିଛି ପୂଜାର୍ଚ୍ଚନା । ଆଜି ଭୋର ୩.୪୫ମିନିଟରୁ ପହଡ଼ ଖୋଲି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଜାରି ରହିଥିଲା ବେଳେ ରାତି ୧୦ଟା ପରେ ମହା ଦୀପ ଉଠିବ ବୋଲି ସୂଚନା ମିଳିଛି। ସୂଚନା ଅନୁଯାୟୀ ବାବାଙ୍କ ଲିଙ୍ଗ ବାମକୁ ବଙ୍କା ଥିବାରୁ ତାଙ୍କ ନାମ ରହିଛି ବକ୍ରେଶ୍ୱର । ଆଜକୁ ୧୦୦ରୁ ଉର୍ଦ୍ଧ୍ବ ବର୍ଷ ହେବ ଏଠାରେ ବାବା ପୂଜା ପାଇ ଆସୁଛନ୍ତି। ପ୍ରଶାସନ ଓ କମିଟି ଦ୍ୱାରା ଶାନ୍ତି ଶୃଙ୍ଖଳା ସହ ପୂଜାର୍ଚ୍ଚନା ଜାରି ରହିଛି ।

Leave a Reply

Your email address will not be published. Required fields are marked *