ମୂର୍ତ୍ତି ଚୋରୀ ଅଭିଯୋଗରେ ଗିରଫ ହେଲେ ଦମ୍ପତି

Spread the love

ପୁରୀ, (ନାଗରାଜ ନ୍ୟୁଜ): ମୂର୍ତ୍ତି ଚୋରୀ ଅଭିଯୋଗରେ ଗିରଫ ହେଲେ ଦମ୍ପତି । ରାଜ୍ୟର ବିଭିନ୍ନ ଦେବାଳୟରୁ ଅଷ୍ଟଧାତୁ ମୂର୍ତ୍ତି ଚୋରୀ ଅଭିଯୋଗରେ ଦମ୍ପତି ଙ୍କୁ ଗିରଫ କରିଛି ପୁରୀ ପୋଲିସ। ଗିରଫ ଅଭିଯୁକ୍ତ ନିମାପଡା ଥାନା ପାଟପୁର ଗ୍ରାମର ପ୍ରଫୁଲ ମିଶ୍ର। ଚନ୍ଦନପୁର ଥାନା ପୋଲିସ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଏମାନଙ୍କ ଠାରୁ ୧୦ ଟି ଅଷ୍ଟଧାତୁ ମୂର୍ତ୍ତି ଜବତ କରିଛି। ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ପୋଲିସ ଗିରଫ କରିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ଜଗନ୍ନାଥ ପ୍ରଧାନ କହିଛନ୍ତି ।

ଗତ ଜାନୁଆରୀ ୯ ତାରିଖ ବିଳମ୍ୱିତ ରାତିରେ ଚନ୍ଦନପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ନୃସିଂହ ମନ୍ଦିରରୁ ୭୦ କେଜିର ଅଷ୍ଟଧାତୁରେ ନିର୍ମିତ ମୂର୍ତ୍ତି ଲୁଟେରା ମାନେ ଲୁଟି ନେଇଥିଲେ। ଆଉ ଏହାର କିଛି ଦିନ ନଯାଉଣୁ ପୁଣିଥରେ ଜାନୁଆରୀ ୨୯ ତାରିଖ ବିଳମ୍ୱିତ ରାତିରେ ଗଡମୃଗଶୀରା ଗ୍ରାମର ବଟେଶ୍ୱର ମନ୍ଦିରରୁ ଶିବ ଓ ପାର୍ବତୀଙ୍କ ୪୫ କେଜିର ଅଷ୍ଟଧାତୁ ମୂର୍ତ୍ତିକୁ ମଧ୍ୟ ଲୁଟେରା ମାନେ ଲୁଟି ନେଇଥିଲେ। ଏ ନେଇ ଗ୍ରାମବାସୀ ମାନେ ଚନ୍ଦନପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇନଥିଲା। ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରୀ ଘଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ନେଇ ବିଭିନ୍ନ ଗଣମାଧ୍ୟମ ରେ ଲଗାତର ଖବର ପ୍ରସାରଣ ହୋଇଥିବା ବେଳେ ଆଜି ଚନ୍ଦନପୁର ଥାନା ପୋଲିସ ଏହି ଦମ୍ପତ୍ତି ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ପୁରୀରୁ ଲକ୍ଷ୍ମଣ ପଣ୍ଡାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *