ଆଜାଦି କି ଅମୃତ ମହୋତ୍ସବରେ ପୁରୀରେ ଚାଲିଛି ବିରାଟ ଆୟୁର୍ବେଦ ସ୍ୱାସ୍ଥ୍ୟ ଶିବିର

Spread the love

ପୁରୀ, (ନାଗରାଜ ନ୍ୟୁଜ): ଆଜାଦି କି ଅମୃତ ମହୋତ୍ସବ ବର୍ଷ ଉପଲକ୍ଷେ ପୁରୀ ସରଧାବାଲି ସ୍ଥିତ ଶ୍ରୀଚୈତନ୍ୟ ଶ୍ରଦ୍ଧାଶ୍ରମ ଠାରେ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ ଆନୁକୂଲ୍ୟରେ ଏହି ବିରାଟ ମାଗଣା ସ୍ୱାସ୍ଥ୍ୟ ଶିବିର ଆଜକୁ ତିନିଦିନ ହେବ ଚାଲିଛି । ଏହି ସ୍ୱାସ୍ଥ୍ୟ ଶିବିରରେ ରୋଗୀମାନଙ୍କ ସମ୍ପୁର୍ଣ୍ଣ ସ୍ୱାସ୍ଥ୍ୟ ପରୀକ୍ଷା, ମଧୁମେହ ର ପରୀକ୍ଷାର ବ୍ୟବସ୍ଥା କରାଯିବା ସହିତ ମାଗଣାରେ ଔଷଧ ବିତରଣ କରାଯାଇଛି। ଶ୍ରୀମଦ ଭକ୍ତି ବୈଭବ ପୁରୀ ଗୋସ୍ୱାମୀଙ୍କ ମହାରାଜଙ୍କ ତ୍ରୟୋଦଶ ଶ୍ରାଦ୍ଧ ବାର୍ଷିକ ଉର୍ଷବ ଉପଲକ୍ଷେ ଆସିଥିବା ଶତାଧିକ ଭକ୍ତମାନଙ୍କୁ ମାଗଣା ଔଷଧ ବିତରଣ କରାଯାଇଛି। ଏହି ଶିବିର କୁ ଡାକ୍ତର ଦେବ ପ୍ରସାଦ ଦାସ,ଡାକ୍ତର ହରପ୍ରସାଦ ମିଶ୍ର,ଡାକ୍ତର ମଂଜୁଲତା ସାହୁ, ସୁଲୋଚନା ସାହୁ ଓ ଶ୍ରୀଧର ମହାରାଜ ଓ ବ୍ରଜେନ୍ଦ୍ର ବ୍ରହ୍ମଚାରୀ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ଶେଷରେ ସମସ୍ତ ଡାକ୍ତର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ଭକ୍ତମାନେ ଏହି ସେବା ପାଇଁ ବହୁତ ଖୁସି ଅନୁଭବ କରିଥିଲେ ।

ପୁରୀରୁ ଲକ୍ଷ୍ମଣ ପଣ୍ଡାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *