ତିହୁଡି ଗ୍ରାମରୁ ହରିଣ ଉଦ୍ଧାର, କଟକ ରେଞ୍ଜ କାର୍ଯ୍ୟାଳୟରେ ହରିଣର ଚାଲିଛି ଚିକିତ୍ସା 

Spread the love

କଟକ, (ନାଗରାଜ ନ୍ୟୁଜ): ହରିଣ ଉଦ୍ଧାର। କଟକ ଜିଲ୍ଲା ନିଆଳି ବ୍ଲକର ତିହୁଡି ଅଞ୍ଚଳରୁ ଉଦ୍ଧାର ହୋଇଛି ହରିଣ। ଗ୍ରାମର ଲୋକମାନେ ହରିଣ ଉଦ୍ଧାର କରି ସ୍ଥାନୀୟ ବନ ବିଭାଗ ଅଧିକାରୀଙ୍କୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀ ଉଦ୍ଧାର ହୋଇଥିବା ହରିଣ ଟିକୁ ନେଇ କଟକ ରେଞ୍ଜ କାର୍ଯ୍ୟାଳୟରେ ଚିକିତ୍ସା କରୁଥିବା ସୂଚନା ମିଳିଛି। ତେବେ ଏହି ହରିଣଟି କୋଣାର୍କ ଅଞ୍ଚଳରୁ ଆସିଥାଏ ବୋଲି ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *