କଟକ, (ନାଗରାଜ ନ୍ୟୁଜ): କଟକ ଜିଲ୍ଲା ପୋଲିସ ଅପରାଧି ମାନଙ୍କ ଉପରେ ନଜର ରଖିଛନ୍ତି । ସ୍ପେଶାଲ ଟିମ୍ ଓ ସ୍ପେଶିଆଲ ପୋଲିସ । ମର୍କତ ନଗର ବାଲିଘାଟ ପାଖରେ କିଛି ଅପରାଧି ଡକାୟତି କରିବା ପାଇଁ ଯୋଜନା କରୁଥିଲେ । ଖବର ପାଇ ମର୍କତ ନଗର ପୋଲିସ ସେହି ସ୍ଥାନରେ ଚଢାଉ କରିଥିଲା । ପୁଲିସ କୁ ଦେଖି ସେମାନେ ଦୌଡ଼ା ଦୌଡ଼ି ହୋଇ ପଳେଇବାକୁ ଚେଷ୍ଟା କରିଥିଲେ । ତାଙ୍କ ଭିତରୁ ୩ ଜଣ କୁ ପୋଲିସ ଧରିବାରେ ସକ୍ଷମ ହୋଇଥିଲା । ତାଙ୍କ ନିକଟରୁ ୭.୬୫ mm ଗୋଟିଏ ବନ୍ଧୁକ, ଦୁଇଟି ଗୁଳି ଓ ୩ ଟି ମୋବାଇଲ ଫୋନ ସହିତ ୨ ଟି ମଟରସାଇକେଲ ଜବତ କରିଥିଲା । ଅଭିଯୁକ୍ତ ହେଉଛନ୍ତି ସମୀର ପ୍ରଧାନ ଓ ବିଶ୍ଵଜିତ ବଳୀଆର୍ ସିଂ ଉଭୟ ଜଗତସିଂହ ପୁର ଅଞ୍ଚଳର ବାସିନ୍ଦା ଆଉ ଜଣେ କଟକର ଅନୀଲ ଦାସ । ସମସ୍ତଙ୍କ ନାମରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି ବୋଲି କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।