ଭାରତୀୟ ସମ୍ବିଧାନ ସଭାର ଆଦିବାସୀ ପ୍ରତିନିଧି ଜୟପାଳ ସିଂ ମୁଣ୍ଡାଙ୍କ ୫୨ ତମ ତିରୋଧାନ ଦିବସ ପାଳିତ

Spread the love

ପାଟଣାଗଡ, (ନାଗରାଜ ନ୍ୟୁଜ): ଆଦିବାସୀ କଲ୍ୟାଣ ସଂଘ ତରଫରୁ ଆଦିବାସୀ ଭବନ ଠାରେ ଭାରତର ବିଶିଷ୍ଟ ଆଦିବାସୀ ନେତା ତଥା ଭାରତୀୟ ସମ୍ବିଧାନ ସଭା ର କ୍ରାନ୍ତିକାରୀ ଆଦିବାସୀ ପ୍ରତିନିଧି ଜୟପାଳ ସିଂମୁଣ୍ଡା ଙ୍କ ୫୨ ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି. ସଭାରେ ଆଦିବାସୀ ମାନେ ଅଦ୍ଵିତୀୟ ଆଦିବାସୀ ନେତା ଜୟପାଳ ସିଂ ଙ୍କ ସ୍ମୃତିଚାରଣ କରିଥିଲେ l ଭାରତୀୟ ସମ୍ବିଧାନ ରେ ସର୍ବ ଭାରତୀୟ ଉଦୀୟମାନ ଆଦିବାସୀ ନେତା ଜୟପାଳ ଙ୍କ ଅତୁଳନୀୟ ଅବଦାନ ରହିଛି l ପରାଧୀନ ଭାରତ ର ଯୁଗଜନ୍ମା ପୁରୁଷ, ସ୍ୱାଧୀନତା ସଂଗ୍ରାମୀ,ଦିବଂଗତ ଆଦିବାସୀ ନେତା,ଭାରତୀୟ କ୍ରିକେଟ ଅଧିନାୟକ ଜୟପାଳ ସିଂମୁଣ୍ଡା ସମ୍ବିଧାନ ସଭାରେ ପ୍ରତିନିଧିତ୍ୱ କରି ଜମି ଜଳ ଜଙ୍ଗଲ ଜୀବଜନ୍ତୁ ଜୀବନ ଜୀବିକା ଉପରେ ଆଦିବାସୀ ଙ୍କ ସ୍ୱତନ୍ତ୍ର ଅଧିକାର,ସ୍ୱତନ୍ତ୍ର ପ୍ରାଥlଗତ ଅଧିକାର,ଅନୁସୂଚିତ ଅଞ୍ଚଳ ରେ ଶାସନ ପଦ୍ଧତି, ଆଦିବାସୀ ମାନଙ୍କ ସଂସ୍କୃତି,ଭାଷା,ପ୍ରଥା ପରମ୍ପରା,ଧର୍ମ,ଦେବଦେବୀ ପୂଜାପୀଠ ସୁରକ୍ଷା ସଂରକ୍ଷଣ,ଶିକ୍ଷା,ନିଯୁକ୍ତି,ପଦୋନ୍ନତି ରେ ସଂରକ୍ଷଣ ,ରାଜନୈତିକ ପଦବୀରେ ଆରକ୍ଷଣ,ଆଦିବାସୀ ମାନଙ୍କୁ ମର୍ଯ୍ୟାଦା ର ସହିତ ବଞ୍ଚିବାର ଅଧିକାର ଦେବାକୁ ଚିଠା ପ୍ରସ୍ତାବ ଉପସ୍ଥାପନା କରିଥିଲେ l ସ୍ୱାଧୀନତା ଭାରତରେ ଆଦିବାସୀ ସମ୍ପ୍ରଦାୟ ଉପଭୋଗ କରୁଥିବା ସମ୍ବିଧାନ ପ୍ରଦତ୍ତ ସୁବିଧା ଗୁଡିକ ଜୟପାଳ ସିଂମୁଣ୍ଡା ଙ୍କ ତ୍ୟାଗ,ବଳିଦାନ ଏବଂ ଅବଦାନ ର ପ୍ରତିଫଳନ ବୋଲି ଆଲୋକପାତ କରିଥିଲେ l ସଭା ରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର ମହାସଚିବ ନିରଞ୍ଜନ ବିଶି, ଜ଼ିଲ୍ଲା ସମ୍ପାଦକ ହେମେନ୍ଦ୍ର ନାଥ ହାଁସଦା,ନଗର ସଭାପତି ନିତ୍ୟାନନ୍ଦ ମାଝି,ସନ୍ତୋଷ ପୁଟା,ସାରଥୀ ବାଗ,ଘନ ଭୋଇ,ରାଜକିଶୋର ଛତ୍ରିଆ,ଈଶ୍ୱର ମିର୍ଧା,ଲେକୃ ଧରୁଆ,ମିନିକେତନ ଧରୁଆ,ଗିରିଧାରୀ ଭୋଇ,ପ୍ରମୁଖ ଉଦବୋଧନ ଦେଇଥିଲେ l

Leave a Reply

Your email address will not be published. Required fields are marked *