ସଂଗଠନ ତରଫରୁ ଛୋଟ ପିଲାମାନଙ୍କୁ ପାଠ ସାମଗ୍ରୀ ବଣ୍ଟନ

Spread the love

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକରେ ଥିବା ଲୁହାପଡା, କେନ୍ଦୁଖୁଣ୍ଟା ଗ୍ରାମରେ DS ODISHA DEVELOPMENT ORGANISATION ତରଫରୁ କୁନି କୁନି ବିଦ୍ୟାର୍ଥୀମାନଙ୍କୁ ପାଠ ପଢାର ବିକାଶ ପାଇଁ ପେନ, ଖାତା, ବହି ଓ ଛତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । DS ORGANESATION ର ସଭାପତି SSR ମାନ୍ନା ଙ୍କ ନେତୃତ୍ୱରେ ପିଲାମାନଙ୍କୁ ପାଠ ପଢିବାର ଉତ୍ସାହ ଇଛାଶକ୍ତି ବଢିବା ଉଦ୍ଦେଶ୍ୟରେ ଏପରି ପ୍ରୟାସ ଆରମ୍ଭ କରିଛନ୍ତି । ସଂଗଠନର ଉପ ସଭାପତି ଉପେନ୍ଦ୍ର ସାହୁ, ସଦସ୍ୟ ହାରିପଦ ମାନ୍ନା, ଖଗେନ୍ଦ୍ର ଖଟୁଆ, ଗୁଣାକର ଆଦେକ, ସତ୍ୟ ରଞ୍ଜନ ସାମନ୍ତ, ବ୍ରଜଗୋପାଳ ମହାକୁଡ଼, ପ୍ରଶାନ୍ତ ସାମନ୍ତ, ରବିନ୍ଦ୍ର ଘଡେଇ, ରବୀନ୍ଦ୍ର ସାମନ୍ତ, ଦିଲ୍ଲୀପ ମାନ୍ନା, ସୃଷ୍ଟିଧର ମାନ୍ନା, କାର୍ତ୍ତିକ ସାମଲ, ପୂଜା ବେହେରା, ମାମା ବଡୁ, ଉଷାରାଣୀ ମାନ୍ନା, ମନୋଜ ଜେନା, ସନାତନ ରାଉତ, ମନରଞ୍ଜନ ଦେ ଓ ଲଷ୍ମୀପ୍ରିୟା ମାନ୍ନା ପ୍ରମୁଖ ସହଯୋଗ କରିଥିଲେ । SSR ମାନ୍ନା ବିକଳାଙ୍ଗ ହେଲେବି ତାଙ୍କର ଏପରି ମହତ କାର୍ଯ୍ୟକୁ ଶିକ୍ଷିତ, ବୁଦ୍ଧିଜୀବୀ ଓ ସାଙ୍ଗ ସାଥିମାନେ ବହୁତ ପ୍ରସଂଶା କରିଛନ୍ତି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *