ଗାନ୍ଧିଜୀଙ୍କ ପୁରୀ ଆଗମନି ଶତବାର୍ଷିକୀ ଉଦଯାପନୀ ସଭା ଅନୁଷ୍ଠିତ

Spread the love

ପୁରୀ, (ନାଗରାଜ ନ୍ୟୁଜ): ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତି ଭାରତର ମୂଳମନ୍ତ୍ର । ଗାନ୍ଧିଜୀଙ୍କ ଉଦ୍ଦେଶ୍ୟରେ ପୁରୀ ବିକାଶ ପରିଷଦ ପକ୍ଷରୁ ଶନିବାର ୟୁଥ୍ ହଷ୍ଟେଲ ରେ ଅନୁଷ୍ଠିତ ଗାନ୍ଧିଜୀଙ୍କ ପୁରୀ ଆଗମନି ଶତବାର୍ଷିକୀ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ବର୍ମା କହିଥିଲେଯେ, ଗାନ୍ଧୀ ଙ୍କ ଆଦର୍ଶରେ ଯୁବସମାଜ ଅନୁପ୍ରାଣିତ ହେବା ଉଚିତ୍ । ପୁରୀ ଭିଆଇପି ରୋଡ କୁ ମହାତ୍ମା ଗାନ୍ଧୀ ମାର୍ଗ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।ଅନ୍ୟତମ ଅତିଥି ଭାବେ ଜଗନ୍ନାଥ ସଂସ୍କୃତ ବିଶ୍ଵି ବିଦ୍ୟାଳୟର କୁଳପତି ପ୍ରଫେସର ହରିହର ହୋତା ଯୋଗଦେଇ କହିଥିଲେ ଯେ ପ୍ରାତ୍ୟୁକ୍ ବ୍ୟକ୍ତିଙ୍କ ଆଚାର ବ୍ୟବହାର ଏବଂ କାର୍ଯ୍ୟରେ ଗାନ୍ଧୀବାଣୀ ପ୍ରତିଫଳିତ ହେବା ଉଚିତ୍ । ବିଶିଷ୍ଟ ଗାନ୍ଧୀବାଦୀ ଲେଖକ ଗୌରାଙ୍ଗ ଚରଣ ପରିଡା ମୁଖ୍ୟ ବକ୍ତାମାନେ ଯୋଗ ଦେଇଥିଲେ । ସର୍ବୋଦୟ ମେଳା କମିଟି ସଭାପତି ଉମାବଲ୍ଲଭ ମହାପାତ୍ର, ଡ଼ କୈଳାଶ ଭୂଷଣମହାପତ୍ର,ମନୋଜ କୁମାର ରଥ,ଚକ୍ରଧର ମହାପାତ୍ର ଏବଂ ଶୁଭଶ୍ରୀ ଦାସ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପୁରୀ ବିକାସ ପରିଷଦର ସଭାପତି ଜଗନ୍ନାଥ ବସ୍ତିଆ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ।ଲିଙ୍ଗରାଜ କଳା ନିକେତନ ପକ୍ଷରୁ ଗାନ୍ଧିଜୀଙ୍କ ପ୍ରୀୟଭଜନ ଗାନ କରାଯାଇଥିଲା । ଅନୁଷ୍ଠାନ ର ଉପସଭାପତି ସୁକାନ୍ତ ପଣ୍ଡା ଏବଂ ଡ଼ ରାଧେଶ୍ୟାମ ରଥ,ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ଓଝା ,ସଂଗଠନର ସମ୍ପାଦକ ସ୍ଵାଧୀନ କୁମାର ପଣ୍ଡା,ଶିବପ୍ରସାଦ ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *