ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ

Spread the love

ବଲାଙ୍ଗୀର, (ନାଗରାଜ ନ୍ୟୁଜ): ସ୍ଥାନୀୟ କିସ କ୍ୟାମ୍ପସ ପରିସରରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର କାର୍ଯ୍ୟକାରିଣୀ ବୈଠକ ଶ୍ୟାମ ସୁନ୍ଦର ଭୋଇ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି. ବଲାଙ୍ଗିର ଜ଼ିଲ୍ଲା ହେଡ଼ କ୍ୱାର୍ଟର ରେ ନବ ନିର୍ମିତ କିସ ଆଦିବାସୀ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର ର ଶାଖା ସ୍କୁଲ କିସ ବଲାଙ୍ଗିର ନୂତନ ଶିକ୍ଷା ବର୍ଷ 2022 ରେ ଶିକ୍ଷାଦାନ ଆରମ୍ଭ କରୁଛି.ବଲାଙ୍ଗିର କିସ ଆରମ୍ଭ ହେବା ଖବର ପାଇବା ପରେ ଆଦିବାସୀ ମାନଙ୍କ ମଧ୍ୟରେ ଆନନ୍ଦ ର ଲହରୀ ଖେଳି ଯାଇଛି.ଏହି ଅବସରରେ ସଂଘ ତରଫରୁ ଏଡମିସନ ପାଇଁ ପ୍ରସ୍ତୁତି ବୈଠକ କରାଯାଇଥିଲା. ଅତ୍ୟାଧୁନିକ ଶୈକ୍ଷିକ ପରିବେଶ ମଧ୍ୟରେ ଗରିବ ଆଦିବାସୀ ଛାତ୍ରଛାତ୍ରୀ ମାନେ ସମ୍ପୂର୍ଣ ନିଃଶୁଳ୍କ ଗୁଣାତ୍ମକ ଶିକ୍ଷା ପାଇପାରିବେ.ଏଥି ସକାଶେ ଆଦିବାସୀ ମାନେ ଅତ୍ୟନ୍ତ ଖୁସି ବ୍ୟକ୍ତ କରି କିସ କିଟ ପ୍ରତିଷ୍ଠାତା ଜନଜାତିର ଜନନାୟକ ଡ଼ ଅଚ୍ୟୁତ ସାମନ୍ତ ଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରିଥିଲେ.ପୃଥିବୀ ର ପ୍ରଥମ କିସ ଆଦିବାସୀ ବିଶ୍ୱବିଦ୍ୟାଳୟ ରେ କେ.ଜି ରୁ ପି.ଜି.ପର୍ଯ୍ୟନ୍ତ ସମ୍ପୂର୍ଣ ମାଗଣା ଉଚ୍ଚ ଶିକ୍ଷା,ପାଠ୍ୟ ଉପକରଣ,ନିଃଶୁଳ୍କ ସୁଷମ ଖାଦ୍ୟ,ନିଃଶୁଳ୍କ ଆବାସିକ ବ୍ୟବସ୍ଥା କରିଥିବାରୁ କିସ କିଟ ପ୍ରତିଷ୍ଠାତା ଡ଼ ସାମନ୍ତ ଙ୍କ ଅତୁଳନୀୟ ଅବଦାନ ଏବଂ ଅଦ୍ଵିତୀୟ କାର୍ଯ୍ୟ କୁ ଆଦିବାସୀ ମାନେ ଭୁରିୟସୀ ପ୍ରଶଂସା କରିଥିଲେ.

ଓଡିଶା ସରକାର ଙ୍କ ଏସଟି ଏସସି ବିଭାଗ ଦ୍ୱାରା ପରିଚାଳିତ ସେବାଶ୍ରମ, କନ୍ୟାଶ୍ରମ ଆଶ୍ରମ ସ୍କୁଲ ଗୁଡିକୁ ମଧ୍ୟ କିସ ଢାଞ୍ଚା ରେ ପରିଚାଳନା କରିବାକୁ ଆଦିବାସୀ ମାନେ ଦାବୀ କରିଥିଲେ.ଶିକ୍ଷା କ୍ଷେତ୍ରରେ ଓ ସମାଜ ସେବା କ୍ଷେତ୍ରରେ ଡ଼ ସାମନ୍ତ ଙ୍କ ନିସ୍ଵାର୍ଥ ସେବା ପାଇଁ ନୋବେଲ ପୁରସ୍କାର ପାଇବା ଯୋଗ୍ୟ ବୋଲି ଆଦିବାସୀ ମାନେ ଦାବୀ କରିଥିଲେ.ବୈଠକ ରେ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର ମହାସଚିବ ନିରଞ୍ଜନ ବିଶି,ସଭାପତି ଶ୍ୟାମସୁନ୍ଦର ଭୋଇ,ଆଦିବାସୀ ନାରୀ ସଭାପତି ବନଳତା ମାଝି,ସମ୍ପାଦକ ହେମେନ୍ଦ୍ର ନାଥ ହାଁସଦା,ଆଦିବାସୀ ନେତା ବଳଦେବ ଭୋଇ,ଦଶରଥ ଛତ୍ରିଆ,ସନ୍ତୋଷ ପୁଟା,ଦୁଃଖିଶ୍ୟାମ ଭୋଇ,ଘନଶ୍ୟାମ ପ୍ରଧାନୀ,ରାଜୀବ କୁଅଁର,ଗୋପାଳ ପ୍ରଧାନ,ଖେଳନ୍ତି ସମରଥ,ମାହେଶ୍ୱରୀ ମାଝି,ନିତ୍ୟାନନ୍ଦ ମାଝି,ନିରଞ୍ଜନ ମାଝି,ଅଚ୍ୟୁତ ଧରୁଆ,ନାରାୟଣ କିଶାନ,ଜଗନ୍ନାଥ ମାଝି,ଘାସିରାମ ମାଝି,ଘନ ଭୋଇ,ଲେକୃ ଧରୁଆ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିବା ବେଳେ ଶତାଧିକ ଆଦିବାସୀ କର୍ମକର୍ତ୍ତା ଉପସ୍ଥିତ ଥିଲେ.
ବଲାଙ୍ଗୀରରୁ ନୀଳାଞ୍ଚି ବିଶିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *