ବ୍ଲକସ୍ତରୀୟ ନିଯୁକ୍ତି ପରାମର୍ଶ ମେଳା

Spread the love

ଢ଼େଙ୍କାନାଳ, (ନାଗରାଜ ନ୍ୟୁଜ): ଢ଼େଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକରେ ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ମେଳା ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇ ଛି। ଦିନ ୧୦ଟା ସମୟରେ ଆରମ୍ଭ ହୋଇଥିବା ଉକ୍ତ ମେଳା ରେ ଓଡ଼ିଶା ଜୀବିକା ମିଶନର ଡିପିଏମ(DPM) ଶ୍ରୀଯୁକ୍ତ ନିରୋଦ କୁମାର ଜେନା, ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଆଶିଷ ରଞ୍ଜନ ସାହୁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ଉର୍ମିଳା ଦେହୁରୀ ଙ୍କ ସହ ବିଭିନ୍ନ ଅନୁଷ୍ଠାନ ର P.I.A.ମାନେ ଉପସ୍ଥିତ ଥିଲେ। ଉକ୍ତ ଶିବିର ରେ ବ୍ଲକର ୨୯ ଗୋଟି ପଞ୍ଚାୟତ ର ୪୫୦ ଜଣ ଶିକ୍ଷିତ ଯୁବକ ଯୁବତୀ ଯୋଗଦେଇଥିବା ବେଳେ ୩୭୫ ଜଣ ତାଙ୍କର ନାମ ପଞ୍ଜିକରଣ କରିଥିଲେ। ଉକ୍ତ ମେଳା କୁ ଓଡ଼ିଶା ଜୀବିକା ମିଶନର M.B.K.,C. R.P., ବ୍ୟାଙ୍କ ମିତ୍ର, କୃଷି ମିତ୍ର ସମେତ ପ୍ରାଣୀମିତ୍ର ମାନେ ସଫଳ କରିଥିବା ବେଳେ ଓଡ଼ିଶା ଜୀବିକା ମିଶନର. B.P.M. ଵିରକିଶୋର ପଣ୍ଡା ପରିଚାଳନା କରିଥିଲେ l

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *