ବିଶ୍ୱନାଟ୍ୟ ଦିବସରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

Spread the love

ପୁରୀ, (ନାଗରାଜ ନ୍ୟୁଜ): ଆଜି ବିଶ୍ୱନାଟ୍ୟ ଦିବସ ପାଳନର ଶେଷ ଦିବସରେ ଅନ୍ନପୂର୍ଣ୍ଣା ଥିଏଟରରେ ମୁଖ୍ୟ ଅତିଥି ଭାବରେ ପୁରୀର ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ସମାନିତ ଅତିଥିଭାବେ ସମାଜସେବୀ ଗୋପାଳ ଚନ୍ଦ୍ର ଖୁଣ୍ଟିଆ ନିଜ ନିଜର ଅଭିଭାଷଣରେ କଳାକାର ମାନଙ୍କୁ ପ୍ରଶଂସା କରିଥିଲେ। ଫିଲ୍ମ ପ୍ରଯୋଜକ ତପନ କୁମାର ଦାସ,ଡକ୍ଟର ଦେବାଶିଷ ତ୍ରିପାଠୀ, ଶିବନାରାୟଣ ରାୟ ଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମ ଅନୁଷ୍ଠାନ ର ସଭାପତି ବିକାଶ କୁମାର ଦତ୍ତ ସଭାପତି ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ରାମକୃଷ୍ଣ ମହାପାତ୍ର ସଭା ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ କୁ ରାଜଶ୍ରୀ ମହାନ୍ତି ସଂଯୋଜନା କରିଥିଲେ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଖୁଦ୍ର ନାଟକ ପରିବେଷଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *