ବେଆଇନ୍ ଗୋରୁ ବୋଝେଇ ଗାଡ଼ି ଅଟକ ରଖିଲେ ଶ୍ରୀ ରାମ ସେନା ସଂଗଠନ

Spread the love

ଖଇରା, (ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ସୋର ରାସ୍ତା ଏବେ ପାଲଟିଛି ଗୋ ଚାଲାଣ ର ମୁଖ୍ୟ ବାଟ ରାତି ବଢ଼ିଲେ ଏଇ ରାସ୍ତା ହୋଇଯାଏ ଗୋରୁ ବେପାରୀ ମାନଙ୍କର ମୁଖ୍ୟ ରାସ୍ତା । ଯେଉଁ ରାସ୍ତା ସେମାନେ ସୁରକ୍ଷିତ ଭାବରେ ଗୋଚାଲାଣ କରନ୍ତି । ଖଇରା ବ୍ରାହ୍ମଣ ପୋଖରୀ ଛକ ଠାରେ ଡଗରପଡା ଅଞ୍ଚଳ ରୁ ସୋର ନେଇକି 6ଟି ଗୋରୁ ନେଇ OD 01K 9892 ନମ୍ବର ଏକ ଟାଟା ମେଜିକି୍ ଆସୁଥିବାର ଖବର ପାଇ ଶ୍ରୀରାମ ସେନା ସଂଗଠନ ପକ୍ଷରୁ ଗାଡ଼ି କୁ ଅଟକ ରଖିଥିଲେ । ହେଲେ ଏହାକୁ ବିରୋଧ ପ୍ରଦର୍ଶନ କରିବା ପାଇଁ ରାତି 8 ବେଳେ ଡାଲଙ୍ଗ ଛକ ଠାରେ ଶ୍ରୀ ରାମ ସେନା ସଂଗଠନ ର ସନ୍ଦିପି୍ କୁମାର ବୁଗୁଡାଇ , ସଞ୍ଚୟ କୁମାର ସାହୁ, ରଶ୍ମି ରଞ୍ଜନ ସାହୁ, ଚନ୍ଦ୍ରକାନ୍ତ ସାହୁ, ସଞ୍ଚୟ କୁମାର ବୁଗୁଡାଇ ଏବଂ ଶ୍ରୀରାମ ସେନା ସଂଗଠନ ସଦସ୍ୟ ମାନେ ଗାଡ଼ି ଅଟକାଇ ଥିଲେ ।  ଶ୍ରୀରାମ ସେନା ସଂଗଠନ ସଦସ୍ୟ ମାନେ ଖଇରା ଥାନା କୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ । ଘଟଣା ସ୍ଥଳରେ ଖବର ପାଇ ଖଇରା ପୋଲିସ୍ ପହଞ୍ଚି ଗାଡ଼ି ଓ ଡ଼୍ରାଇଭର ଓ ହଲେଫର୍ ଙ୍କୁ ଜବତ କରିଛି ।  ଏବଂ ଗୋରୁ ମାନଙ୍କୁ ଉଦ୍ଧାର କରି ଗୋଶାଳାକୁ ପଠାଯାଇଛି ବୋଲି ସୂଚନା ମିଳିଛି ।

ବାଲେଶ୍ଵର ଜିଲ୍ଲା ଖଇରା ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *