ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ନାଗିଆପସି ଛକ ନିକଟରେ ବାଇକ, ଟ୍ରକ ମୁହାଁମୁହିଁ ଦୁର୍ଘଟଣା l ଟ୍ରକ OR04B6981ଟି ଢେଙ୍କାନାଳ ପଟୁ ଆସୁଥିବା ବେଳେ ବାଇକ ପଲସର OD06K7675ଟି କପିଳାସରୁ ଆସୁଥିଲା l ବାଇକରେ ତିନି ଜଣ ଆସୁଥିଲେ ଅଚାନକ ଟ୍ରକରେ ପିଟି ହୋଇଯାଇଥିଲେ l ଘଟଣା ସ୍ଥଳରେ ତିନି ଜଣଙ୍କର ଡାହାଣ ପାର୍ଶ୍ଵ ଗୋଡ଼ ଭାଙ୍ଗିଯାଇଥିଲା l ଆହତ ତିନିଜଣଙ୍କୁ ସ୍ଥାନୀୟ ପଥିକ ,ବିରାଡ଼ିଆ ଫାଣ୍ଡି ପୋଲିସ ଏବଂ ଗଁଦିଆ ଥାନା ଅଧିକାରୀ ବିଷ୍ଣୁ ଚରଣ ବାରିକ ଆମ୍ବୁଲାନ୍ସ ଡାକି ଢେଙ୍କାନାଳ ବଡ଼ ମେଡିକାଲ ପଠେଇଥିଲେ l ଆହତଙ୍କ ଭିତରୁ ଦୁଇଜଣ ପୁଅ ଓ ଜଣେ ଝିଅ ଥିଲେ l ଝିଅଟି ଭାପୁର ଥାନା, ମଧୁସାହୁ ପାଟଣା ଗ୍ରାମର ଜୋଛ୍ନା ପ୍ରଧାନ ଓ ପୁଅଟି ସଦର ଥାନା ନୋଚାପଲି ଗ୍ରାମର କମଳ ପ୍ରଧାନ l ଅନ୍ୟ ଜଣଙ୍କ ପରିଚୟ ମିଳିନଥିଲା l ଆହତ ଦୁଇଜଣ ମାମୁଁ ଝିଅ ଓ ପିଇସି ପୁଅ ଭାଇ ଭଉଣୀ l ସାଙ୍ଗ ହୋଇ କପିଳାସ ବୁଲିବାକୁ ଆସିଥିଲେ ହେଲେ ବାଟରେ ଘଟିଲା ଅଘଟଣ l ଏବଂ ଟ୍ରକ ଟିର ଡାହାଣ ପାଖ ଲାଇଟ ଭାଙ୍ଗିଥିଲା,ଟ୍ରକ ଟି ସିଜ ହୋଇଛି l
ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ