ଆଇନ ବିଶ୍ବବିଦ୍ୟାଳୟର ବାଳିକା ହଷ୍ଟେଲରୁ ଆଇନଛାତ୍ରୀଙ୍କ ମୃତଦେହ ଉଦ୍ଧାର

Spread the love

କଟକ, (ନାଗରାଜ ନ୍ୟୁଜ): ଜାତୀୟ ଆଇନ ବିଶ୍ବବିଦ୍ୟାଳୟରେ ଅଭାବନୀୟ ଘଟଣା। ବିଶ୍ବବିଦ୍ୟାଳୟର ବାଳିକା ହଷ୍ଟେଲରୁ ଜଣେ ଆଇନଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ହଷ୍ଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କଲା ପୋଲିସ। ମୃତ ଛାତ୍ରୀ ଜଣକ ଉତ୍ତରାଖଣ୍ଡର ସୁରବୀ ପଞ୍ଚପାଲ ବୋଲି ସୂଚନା ମିଳିଛି।କଟକ ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ଦ୍ବିତୀୟ ବର୍ଷ ଆଇନ ବିଭାଗର ଛାତ୍ରୀ ଥିଲେ ସୁରବୀ ପଞ୍ଚପାଲ। ଗତକାଲି (ସୋମବାର) ରାତି ପ୍ରାୟ ୮ ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଖବର ପାଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କୁ ସ୍ଥାନୀୟ ଏସସିବି ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାର ତଦନ୍ତ କରୁଛି ପୋଲିସ୍ । ମିଳିଥିବା ସୂଚନା ଅନୁଯାୟୀ ସୁରବୀ କିଛି ଦିନ ହେବ କ୍ଳାସରେ ଅନୁପସ୍ଥିତ ରହୁଥିଲେ। କଲେଜ କର୍ତ୍ତୃପକ୍ଷଙ୍କ ସହ ଛାତ୍ରଛାତ୍ରୀଙ୍କ ମନମାଳିନ୍ୟ ଦେଖା ଯାଇଥିଲା। ଦୀର୍ଘ ଦିନ ଧରି ଏପରି ଅସନ୍ତୋଷ ମନଭାବ ଯୋଗୁଁ ଅନେକ ଛାତ୍ରଛାତ୍ରୀ ମାନସିକ ଚାପରେ ରହୁଥିଲେ। ଏହି କାରଣରୁ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏପରି ଅଭାବନୀୟ ଘଟଣା ପାଇଁ ଆଇନ ବିଶ୍ବବିଦ୍ୟାଳୟର କୁଳପତି ଓ କୁଳସଚିବଙ୍କୁ ଦାୟୀ କରିଛନ୍ତି ଛାତ୍ରଛାତ୍ରୀ।

Leave a Reply

Your email address will not be published. Required fields are marked *