ବିଶ୍ବ ସ୍ବାସ୍ଥ୍ୟ ଦିବସ ପାଳିତ

Spread the love

ପୁରୀ,(ନାଗରାଜ ନ୍ୟୁଜ): ଜିଲ୍ଲା ସ୍ତରୀୟ ବିଶ୍ବ ସ୍ବାସ୍ଥ୍ୟ ଦିବସ ଜ଼ିଲ୍ଲା ମୁଖ୍ୟଚିକତ୍ସାରେ ପାଳିତ ହୋଇଛି । ମୁଖ୍ୟଚିକତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ସୁଜାତା ମିଶ୍ର ଜ଼ିଲ୍ଲା ଏଥିରେ ସଭାପତିତ୍ୱ କରିଥିଲେ । ଚଳିତ ବର୍ଷର ଶୀର୍ଷକ “ଆମ ପୃଥିବୀ ଆମ ସ୍ବାସ୍ଥ୍ୟ- ଆମ ଜଳ, ପବନ ଓ ଖାଦ୍ୟକୁ ସ୍ବଚ୍ଛ ରଖିବା” ଉପରେ ଆଲୋଚନା ଚକ୍ର ହୋଇଛି । ବ୍ୟସ୍ତ ବହୁଳ ଜୀବନ ଶୈଳୀ ଦ୍ବାରା ବାହାରେ ବିକ୍ରୟ ଖାଦ୍ୟ ଖାଇ ଅନେକ ବିଭିନ୍ନ ରୋଗର ଆକ୍ରାନ୍ତ ହେଉଛନ୍ତି । ବଜାରରେ ଅନେକ ନକଲି ଖାଦ୍ୟ ସାମଗ୍ରୀ ଉପଲବ୍ଧ ହେଉଥିବାରୁ ଏଥିପ୍ରତି ଗ୍ରାହକ ସଚେତନ ରହୁନାହାଁନ୍ତି । ନିୟନ୍ତ୍ରିତ ଜୀବନ ଶୈଳୀ ଓ ସନ୍ତୁଳିତ ଖାଦ୍ୟ, ଯୋଗ ଓ ବ୍ୟାୟାମ ଦ୍ବାରା ମଣିଷ ସୁସ୍ଥ ରହିପାରିବ । ଏଥିନିମନ୍ତେ ମାନସିକତାର ଆବଶ୍ୟକତା ରହିଛି । ସେହିଭଳି ଜଳ ଓ ବାୟୁରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଥିବାରୁ ଏହା ଉପରେ ବିଚାର କରିବାର ଆବଶ୍ୟକତା ରହିଛି । ତାପମାତ୍ରା ବୃଦ୍ଧିର କୁପରିଣାମ ମଧ୍ୟ ମାନବ ସମାଜକୁ ଭୋଗିବାକୁ ପଡୁଛି । ଏହାଦ୍ବାରା ଅସମୟରେ ବାତ୍ୟା ଓ ଘୂର୍ଣ୍ଣିଝଡର ସାମ୍ନା କରିବାକୁ ପଡୁଛି । ବଡ ବଡ ବରଫଖଣ୍ତ ତରଳିବାକୁ ଲାଗୁଥିବାରୁ ସ୍ଥଳ ଭାଗ ହ୍ରାସ ପାଉଛି । ପ୍ରକୃତି ରକ୍ଷା ହୋଇପାରିଲେ ଜୀବନ ରକ୍ଷା କରାଯାଇ ପାରିବ ବୋଲି ଅତିଥି ମାନେ ଏହି ଅବସରରେ ମତବ୍ୟକ୍ତ କରିଥିଲେ । ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ବିରଜା ଶଙ୍କର ରଥ, ଅତିରିକ୍ତ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା ଦେବୀ ପ୍ରସାଦ ମହାପାତ୍ର, ଅତିରିକ୍ତ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ମେଲେରିଆ) ଡା ନିମାଇଁ ଚରଣ ଜେନା,ଅତିରିକ୍ତ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଟିବି) ଡା ଲଲାଟେନ୍ଦୁ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

ଆଶା ସଂଯୋଜକ ଶ୍ରୀ ଅଶୋକ କୁମାର ସାହୁ, ଡିଏମଆରସିଏଚ ଶ୍ରୀ ପ୍ରଶାନ୍ତ ବରାଳ, ଖାଦ୍ୟ ସୁରକ୍ଷା ଅଧିକାରୀ ଡଃ ରାଜଶ୍ରୀ ପତି, ଏଡିପିଏଚସିଓ ଡା ସୁଶାନ୍ତ ବିଶ୍ୱାଳ, ନର୍ସିଂ ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ I ଡିପିଏଚସିଓ ଶ୍ରୀ ରବୀନ୍ଦ୍ର ପ୍ରଧାନ ସଭା ପରିଚାଳନା କରିଥିବା ବେଳେ ଆସିଷ୍ଟାଣ୍ଟ ମ୍ୟାନେଜେର, ଟ୍ରେନିଂ ଶ୍ରୀ ମନୋଜ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ I

Leave a Reply

Your email address will not be published. Required fields are marked *