ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ନେଇ ଚାଲିଥିବା ନିର୍ମାଣ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କଲେ ସମ୍ବିତ ପାତ୍ର

Spread the love

ପୁରୀ, (ନାଗରାଜ ନ୍ୟୁଜ): ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ନେଇ ଚାଲିଥିବା ନିର୍ମାଣ କାର୍ଯ୍ୟ ର ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଜେପି ର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର। ତେବେ ଶ୍ରୀମନ୍ଦିର ଭଳି ପୁରାତନ କୀର୍ତ୍ତିରାଜିର ୧୦୦ ମିଟର ଭିତରେ ନିର୍ମାଣ କାର୍ଯ୍ୟ ସବୁକିଛି ଏଏସଆଇର ନିୟମ ଅନୁଯାୟୀ ସବୁକିଛି ହେବା ଦରକାର ବୋଲି ସମ୍ବିତ କହିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଭିତରେ ମାତ୍ର ୪ ଟି ଶୌଚାଳୟ ପାଇଁ ୩୦ ଫୁଟ ରୁ ଅଧିକ ଗାତ ଖୋଳି ସ୍ଥାୟୀ ନିର୍ମାଣ କାର୍ଯ୍ୟକୁ ନେଇ ସାଧାରଣ ରେ ଦ୍ଵନ୍ଦ ରହିଛି । ସରକାର ଶ୍ରୀମନ୍ଦିର ପରିକ୍ରମା ମାର୍ଗ ରେ କିଭଳି କାର୍ଯ୍ୟ କରୁଛନ୍ତି ସବୁ କିଛି ସାଧାରଣ ରେ ସ୍ପଷ୍ଟ ହେବା ଦରକାର ବୋଲି ସମ୍ବିତ କହିଛନ୍ତି । ବିକାଶ ଓ ସୌନ୍ଦର୍ଯ୍ୟ କାର୍ଯ୍ୟ ହେଉ କିନ୍ତୁ ଏଥିପାଇଁ ଥିବା ଗାଇଡ଼ ଲାଇନ କୁ ସମସ୍ତେ ମାନିବା ଉଚିତ ବୋଲି ସମ୍ବିତ ପାତ୍ର କହିଛନ୍ତି । ଗତ କିଛିଦିନ ଦିନ ହେବ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ର ନିର୍ମାଣ କାର୍ଯ୍ୟ କୁ ନେଇ ବିଭିନ୍ନ ସଂଗଠନ ବିରୋଧ କରୁଛନ୍ତି।।ଶ୍ରୀମନ୍ଦିର ଭଳି ଏକ ପୁରତନ କୀର୍ତ୍ତିରାଜିର ୧୦୦ ମିଟର ଭିତରେ ବଡ଼ ବଡ଼ ଗର୍ତ ଖୋଳି ସ୍ଥାୟୀ ନିର୍ମାଣ ଦ୍ୱାରା ଶ୍ରୀମନ୍ଦିର ଭିତ୍ତିଭୂମି ପ୍ରତି ବିପଦ ରହିଥିବା ବିଭିନ୍ନ ମହଲରେ ଅଭିଯୋଗ ହୋଇଆସୁଚି ।

Leave a Reply

Your email address will not be published. Required fields are marked *