ପୁରୀରେ ଧୁମଧାମରେ ଚାଲିଛି ଯାଗା ଆଖଡାର ସାହିଯାତ

Spread the love

ପୁରୀ, (ନାଗରାଜ ନ୍ୟୁଜ): ପୁରୀରେ ଧୁମଧାମରେ ଚାଲିଛି ଯାଗା ଆଖଡାର ସାହିଯାତ , ବାଜା ବାଣ ରେ ପ୍ରକମ୍ପିତ ପୁରୀ ସହର। ଗତକାଲି ପୁରୀ ସାହିଯାତରେ ହରଚଣ୍ଡୀ ସାହିର ପର୍ଶୁରାମ ମେଢ଼ ବାଲିସାହି କୁ ଆସିଥିଲେ। ପର୍ଶୁରାମ ଙ୍କ ସହିତ ଆହୁରି ୨୫ଟି ନାଗା ନାକକାନ ଓ ଅନ୍ୟାନ୍ୟ ମେଢ଼ ଆସିଥିଲେ। ବିଧାୟକ ଜୟନ୍ତ ସଡଙ୍ଗୀ, ଭାରତୀୟ ଜନତା ପାର୍ଟିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ପୁରୀ ସହରର ପ୍ରତ୍ୟେକ ସାହି ଓ ଜାଗା ଆଖଡା ର ମୁରବୀମାନେ ଉପସ୍ଥିତ ରହି ଏହି ସାହିଯାତର ପରମ୍ପରାକୁ ଉର୍ସାହିତ କରିଥିଲେ। ଦୀର୍ଘ ଦୁଇବର୍ଷ କୋଭିଡ କଟକଣା ପାଇଁ ସାହିଜାତ ବନ୍ଦଥିଲା ହେଲେ ଏଥର ପୁରୀ ପ୍ରଶାସନ ସାହିଯାତ ପାଇଁ ସବୁଜ ସଙ୍କେତ ଦେବାପରଠାରୁ ପୁରୀର ପ୍ରତ୍ୟେକ ଜାଗା ଆଖଡାରେ ମେଢ଼ ବନ୍ଧେଇବା କଳାକାର ମାନଙ୍କର ଢୋଲ ପଖୁଜ ବାଦ୍ୟର ତାଳେତାଳେ ଅଭ୍ୟାସ ମହାଆନନ୍ଦରେ କରିଥାନ୍ତି। ସାହିଯାତ ଆରମ୍ଭ ବେଳକୁ ସମସ୍ତ କଳାକାର ବାଦ୍ୟକାର ସମ୍ପୁର୍ଣ୍ଣ ଭାବେ ପ୍ରସ୍ତୁତ ରହିଥିଲେ। ହେଲେ ପୁରୀରେ ଏଥର ସାହିଯାତରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା ଏଥିସହିତ ପୁରୀ ସହର ବାଜା ବାଣ ଆଲୋକରେ ପ୍ରକମ୍ପିତ ହେଉଥିଲା ।

Leave a Reply

Your email address will not be published. Required fields are marked *