ହରିଶଙ୍କର ମା’ ବିନ୍ଧ୍ୟବାସିନି ମନ୍ଦିରର ଚୈତ୍ର ବାସନ୍ତିକ ପୂଜା ମହୋତ୍ସବ ସମ୍ପନ୍ନ

Spread the love

ବଲାଙ୍ଗିର,(ନାଗରାଜ ନ୍ୟୁଜ): ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ତଥା ପଶ୍ଚିମ ଓଡ଼ିଶାର ପ୍ରମୁଖ ତୀର୍ଥସ୍ଥଳୀ ହରିଶଙ୍କର ସ୍ଥିତ ମା’ ବିନ୍ଧ୍ୟବାସିନୀ ମନ୍ଦିରରେ ଚୈତ୍ର ବାସନ୍ତୀକ ପୂଜା ମହୋତ୍ସବ ସର୍ବଭାରତୀୟ ସ୍ୱାଲାଖ ବିନ୍ଧ୍ୟଗିରୀ ବିଂଝାଲ ସମାଜ ପକ୍ଷରୁ ସମ୍ପନ୍ନ ହୋଇଯାଇଛି । ଏପ୍ରିଲ ୧୪ରୁ ୧୬ ପର୍ଯ୍ୟନ୍ତ ତିନିଦିନ ଧରି ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ମା’ ବିନ୍ଧ୍ୟବାସିନୀଙ୍କ ନୀତିକାନ୍ତି ପୂର୍ବକ ପୂଜାର୍ଚ୍ଚନା କରାଯାଇଥିଲା । ଏଥିରେ ବ୍ଲକ ସଭାପତି ଚନ୍ଦ୍ରଶେଖର ବରିହା ଏବଂ ତାଙ୍କର ଧର୍ମ ପତ୍ନୀ କଲାବତି ବରିହା ପୂଜା କର୍ତ୍ତା ଭାବେ କାର୍ଯ୍ୟନିର୍ବାହ କରିଥିବା ବେଳେ ପୂଜକ ଟଙ୍କଧର ବରିହା ତାଙ୍କର ପତ୍ନୀ ବିଷ ବରିହା ମା’ଙ୍କ ପୂଜାର୍ଚନା କାର୍ଯ୍ୟନିର୍ବାହ କରିଥିଲେ । ସମାଜର ବ୍ଲକ ଉପସଭାପତି କେଶବ ବରିହା ବିମଲ ବରିହା ନାନ୍ଦୁପଲା ସଭାପତି ଶସିକାନ୍ତ ବରିହା, ବିରଞ୍ଚି ବରିହା କରୁଆଁଝୋର ଲାଠୋର ପଞ୍ଚାୟତ ବୁଡୁ ବରିହା ସଂପାଦକ ରତ୍ନାକର ବରିହା ମଏସନା ବୁଠି ବରିହା ବାଘ ବରିହା, ଟିକେଶ୍ୱର ବରିହା, ଶିଧେଇକେଲା ଦେବନାରୟଣ ବରିହା, ରୁଦ୍ରଦେବ ବରିହା, ରୋଉତୁ ଅମର ସଂ ବରିହା, ଜଲିଆ ଅରଜୁନ ବରିହା, ଠଣ ବରିହା କାର୍ତ୍ତିକ ବରିହା, ପିଛାଲୁ ବରିହା, ଜିଲ୍ଲା ଚପରାଶି ମିନୁ କମଲିଆ, ନାନ୍ଦୁପଲା ପଞ୍ଚାୟତ ଚପରାଶି ବୁଧୁ ବରିହା, ବ୍ଲକ ଚପରାଶି ରତ୍ନାକର ବରିହା ଏବଂ ସମସ୍ତ ଭାଇ ଭଉଣି ମାନ୍ୟଗଣ୍ୟ ଅତିଥି ଗୁରୁଜନ ମାନେ ଉପସ୍ଥିତ ଥିଲେ । ସମସ୍ତ ଶ୍ରଦ୍ଧାଳୁମାନଙ୍କ ଅନ୍ନ ଭୋଗର ବ୍ୟବସ୍ଥା କରାଯାଇଥିଲା । ଏଥିରେ ସର୍ବ ଭାରତୀୟ ବିଂଝାଲ ସମାଜର ସମସ୍ତ ସ୍ତର କର୍ମକର୍ତ୍ତା ସଦସ୍ୟ ମାନେ ଉପସ୍ଥିତ ଥିଲେ ।

 

Leave a Reply

Your email address will not be published. Required fields are marked *