କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ପୀଠରେ ଅନୁଷ୍ଠିତ ପ୍ରସିଦ୍ଧ ଝାମୁଯାତ୍ରା

Spread the love

ପୁରୀ, (ନାଗରାଜ ନ୍ୟୁଜ): ଆଜି ହେଉଛି ବୈଶାଖ ମାସର ପ୍ରଥମ ମଙ୍ଗଳବାର । ଏହି ଅବସର ରେ ଶେଷ ଝାମୁ ଯାତ୍ରା ପାଳି । କାକଟପୁରର ମା ମଙ୍ଗଳା ପୀଠରେ ଅନୁଷ୍ଟିତ ହେଉଛି ପ୍ରସିଦ୍ଧ ଝାମୁ ଯାତ୍ରା । ଆଦି ଶକ୍ତି ମା ମଙ୍ଗଳା ଆଜି ରାଜରାଜେଶ୍ଵରୀ ବେଶରେ ପୂଜା ପାଉଛନ୍ତି । ଦୂର ଦୁରନ୍ତ ରୁ ଆଦି ଶକ୍ତି ମା ମଙ୍ଗଳାଙ୍କ ଦର୍ଶନ ନିମନ୍ତେ ଛୁଟି ଆସିଛନ୍ତି ଭକ୍ତ । ବୈଶାଖ ମାସର ପ୍ରଥମ ମଙ୍ଗଳବାର ରେ ଆଜି ମାଙ୍କ ପ୍ରସିଦ୍ଧ ଝାମୁଜାତ ଅନୁଷ୍ଠିତ ହେଉଛି । ଭକ୍ତ ମାନେ ଶାନ୍ତିଶୃଙ୍ଖଳା ସହିତ ମାଙ୍କ ଦର୍ଶନ କିପରି କରିପାରିବେ, ଏଥିଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ତା ମଧ୍ୟ କରାଯାଇଛି । ଭକ୍ତମାନେ ଧାଡିରେ ଯାଇ ମାଙ୍କ ଦର୍ଶନ କରି କରୁଣା ଲାଭ କରୁଛନ୍ତି ।ମା ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରାରେ ମଧ୍ୟ ରାତିରୁ ମନ୍ଦିର ଦ୍ବାରଫିଟା ପରେ ମଙ୍ଗଳ ଆଳତି, ଭିତର ଶୋଧ, ସ୍ନାନ, ବେଶ, ଚନ୍ଦନ ଲାଗି ପରେ ସୂର୍ଯ୍ୟପୂଜା, ବଲ୍ଲଭ ନୀତି ହୋଇ ଥିଲା । ବଲ୍ଲଭ ନୀତି ପରେ ପ୍ରାରମ୍ଭିକ ସମୟରେ ସକାଳ ଧୂପ କରାଯାଇ ଏବଂ ବନ୍ଦାପନା ଆଳତୀ ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। କୋଭିଡି କାରଣରୁ ଗତ ଦୁଇ ବର୍ଷ ହେବ ମନ୍ଦିର ବନ୍ଦ ଥିବା ରୁ ଭକ୍ତ ମାନେ ଝାମୁ ଯାତ୍ରା ଦେଖିବାରୁ ବଂଚିତ ହୋଇ ଥିଲେ। ତେବେ ମା ମଙ୍ଗଳା ଙ୍କ ଦର୍ଶନ ପାଇ ଭକ୍ତ ମାନେ ବେଶ ଭାବବିହ୍ଵଳ ହୋଇ ପଡିଛନ୍ତି।

Leave a Reply

Your email address will not be published. Required fields are marked *