ମା ଅଶ୍ଵିନୀ ବାଶୁଳୀଙ୍କର ଘୋଡ଼ା ମିଳନ ବାର୍ଷିକ ଉତ୍ସବ ଅନୁଷ୍ଠିତ

Spread the love

ଖଇରା, (ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ମଧୁସୂଦନ ପୁର ପଞ୍ଚାୟତ ଅନ୍ତର୍ଗତ ବୋଡେଇ ଗ୍ରାମ ମା ବାଶୁଳୀ ଖେଳ ପଡିଆ ଠାରେ ଘୋଡ଼ା ନାଚ ବାର୍ଷିକ ଉତ୍ସବ ପାଳିତ କରାଯାଉଛି । ଏଇ ଘୋଡ଼ା ନାଚ ଉତ୍ସବ ଟି କେଉଟ ମାନଙ୍କର ମୂଖ୍ୟ ପର୍ବ,ପୂର୍ବ ପୁରୁଷ ଧରି ଘୋଡ଼ା ନାଚ ହୋଇ ଆସୁଛି । ଏଠି ଡାଲଙ୍ଗ, କୁଆପଦା, ବୋଡେଇ, ଖଇରା ୪ଟି ଜାଗାରୁ ୮ଟି ଘୋଡ଼ା ଏକାଠି ମେଳ ହୋଇ ପହଞ୍ଚି ଘୋଡ଼ା ମାନଙ୍କୁ ପୂଜାର୍ଚ୍ଚନା କରିବା ସହ ଘୋଡ଼ା ମାନଙ୍କୁ ସଙ୍ଗୀତ ମାଧ୍ୟମରେ ନଚା ଯାଇଥିଲା,ଘଣ୍ଟ, ହୋଳହୋଳି, ସାଉଣ୍ଡ, ବାଜା ଦାରି ସହ ମହିଳା ଓ ପୁରୁଷମାନେ ଗ୍ରାମ ପରିକ୍ରମା କରି ମା’ ବାଶୁଳୀ ଖେଳ ପଡିଆ ଠାରେ ଘୋଡ଼ା ମାନେ ପହଁଚିଥିଲେ । ରୀତିନୀତି ଅନୁସାରେ ହେଉଥିବା ମା’ ବାଶୁଳୀ ଘୋଡ଼ା ମାନଙ୍କ ର ପୂଜାର୍ଚ୍ଚନାରେ ସାମିଲ ହୋଇଥିଲେ। ଏହି ଘୋଡା ନାଚ ଉତ୍ସବ ଦେଖିବାକୁ ଆଖ ପାଖ ଗ୍ରାମରୁ ଅନେକ ସଂଖ୍ୟା ରେ ଲୋକ ଯୋଗ ଦେଇଥିଲେ। ସନ୍ଧ୍ୟାରେ ରେ ମା’ ବାଶୁଳୀ ଖେଳ ପଡିଆ ଠାରେ ଥିବା ସଂକ୍ରିତନ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଘୋଡ଼ା ନାଚ ଅନୁଷ୍ଠିତ ହୋଇଥିଲା । ଏହି କମିଟିର କର୍ମକର୍ତ୍ତା ମାନେ ହେଲେ ବିଶ୍ଵନାଥ, କାହ୍ନୁଚରଣ, ଅନିଲି, ଶଶୀକାନ୍ତ, ଶ୍ରୀଧର, ରମାକାନ୍ତ, ରତିକାନ୍ତ, ରତ୍ନାକର,ମଦନ,ମୁକ୍ତି କାନ୍ତ,କମଳା କାନ୍ତ,ଗଜେନ୍ଦ୍ର,ପ୍ରଦିପ,ଅଜୟ,ଗୈରାଙ୍ଗ,ରବି, ବଳଭଦ୍ର, ପରିଶେଷରେ ମା ବାଶୁଳୀ ଘୋଡ଼ା ନାଚ ପକ୍ଷରୁ ପ୍ରେସିଡେଣ୍ଟ ସନାତନ ମଲ୍ଲିକ, ଭାଇସ ପ୍ରେସିଡେଣ୍ଟ ମଣି ଭଦ୍ର ମଲ୍ଲିକ, ସେକ୍ରେଟେରୀ ହରିସି୍ ଚଂଦ୍ର ମଲ୍ଲିକ ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ଓ କମିଟି ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ମା ବାଶୁଳୀ ଘୋଡ଼ା ନାଚ ଉତ୍ସବଟିକୁ ସୁଚାରୁରୂପେ ପାଳନ କରିଥିଲେ ।

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *