ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ

Spread the love

ବାଲେଶ୍ବର,(ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ ଖରିଫ ଧାନ ସଂଗ୍ରହ ନିମନ୍ତେ ମଣ୍ଡି ଖୋଲିବା ଏବଂ ଅଧିକ ଚାଷୀଙ୍କୁ ରେଜିଷ୍ଟ୍ରେସନ କରିବା ସହିତ ଧାନ ସଂଗ୍ରହ ପ୍ରକ୍ରିୟା ସଠିକ୍ ପ୍ରଣାଳୀରେ କାର୍ଯ୍ୟ କରିବା ପାଇଁ ମିଲ୍ ମାଲିକ, ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବକ୍ତବ୍ୟ ଶେଷରେ ଚାଷୀ ହସିଲେ ରାଜ୍ୟ ହସିବ, ଚାଷ ଅଛି ଯାହାର କି ଆନନ୍ଦ ତାହାର ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଥିଲେ । ଏହି ସଭାରେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ, ସଦର ବିଧାୟକ ସ୍ବରୂପ କୁମାର ଦାସ, ଜିଲ୍ଲା ପରିଷଦ ଉପ ସଭାପତି ଅନୁସୟା ପ୍ରଧାନ, ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଉପସ୍ଥିତ ଥିଲେ ।

ଏଠାରେ ସ୍ମରଣ କରାଇ ଦିଆଯାଇପାରେ କି ସାରା ଓଡ଼ିଶାରେ ଦିନକୁ ଦିନ ପର୍ଯ୍ୟଟନ ମନ୍ତ୍ରୀଙ୍କ ଖ୍ଯାତି ବଢ଼ିବାରେ ଲାଗିଛି । ସୁପ୍ତ ପ୍ରାୟ ହୋଇପଡିଥିବା ବିଭାଗ ଏବେ ଚଳଚଞ୍ଚଳ ହୋଇ ଉଠିଛି । ପର୍ଯ୍ୟଟନ କ୍ଷେତ୍ରରେ ବାଲେଶ୍ବର ଜିଲ୍ଲା କାହିଁକି ସାରା ରାଜ୍ୟର ପର୍ଯ୍ଯଟନ ସ୍ଥଳୀର ଦୃତ ବିକାଶ ଚାଲିଛି ମନ୍ତ୍ରୀ ଜ୍ଯୋତିପ୍ରକାଶ ପାଣିଗ୍ରାହୀଙ୍କ କଲମ ମୁନରେ । ଆହୁରି ଆଗକୁ ଅନେକ କିଛି ଉନ୍ନତି କରିବାର ଲକ୍ଷ୍ୟ ରଖି ଦିନରାତି ପରିଶ୍ରମ କରିଚାଲିଛନ୍ତି । ଶ୍ରୀ ମନ୍ତ୍ରୀଙ୍କର ଉଦ୍ୟମ ଏହିଭଳି ଯଦି ଜାରି ରହେ, ଆଗାମୀ ଦିନରେ ପର୍ଯ୍ୟଟନ କ୍ଷେତ୍ରରେ ଓଡିଶା ପୃଥିବୀରେ ଏକ ନମ୍ବର ହେବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *