ଜୟ ମା ବୁଢିଜାଗୁଳାଇ ଯୁବକ ସଂଘ ପକ୍ଷରୁ ଉଡା ଯାତ୍ରା ଅନୁଷ୍ଠିତ

Spread the love

ଖଇରା, (ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ମାଣିପୁର ପଞ୍ଚାୟତ ଅଧିନସ୍ଥ ଛତରା ଉଡା ପଡ଼ିଆ ଠାରେ ଉଡା ଯାତ୍ରା ଧୁମ୍ ଧାମରେ ପାଳନ କଲେ ଛତରା ଗ୍ରାମର ଗ୍ରାମବାସୀମାନେ । ମା ବୁଢିଜାଗୁଳାଇ ଙ୍କର ପୂଜାର୍ଚ୍ଚନା ଓ ନିତି କାନ୍ତି ଓ ନିଶା ହାଟ ସରିବା ପରେ ଉଡା ଯାତ୍ରା କାର୍ଯ୍ୟକ୍ରମ କରାଯାଇଥିଲା । ପିଠିରେ ଲୁହା କଣ୍ଟା ପୂଡା ଯାଇ ଭାଙ୍ଗ ପଣା ଖାଇ ଦାସୀ ମଧ୍ୟ ହୋଇ 7 ଟି ପାଟୁଆ ଙ୍କୁ ନେଇ ଉଡା କାର୍ଯ୍ୟକ୍ରମ ଚାଲୁ ରହିଥିଲା । ବିଭିନ୍ନ ପ୍ରକାରର ଲାଇଟ୍ ଓ ସାଉଣ୍ଡୁ ଏବଂ ବାଜାଦାରୀ ଯାତ୍ରା ନାଟକ ଅକୁହା କାହାଣୀ ଶୁଣିବ କିଏ 3 ହଜାରରୁ 5 ହଜାର ଦର୍ଶକ ମାନଙ୍କୁ ଦେଖିବାକୁ ମିଳିଥିଲା । ଛୋଟ ରୁ ବଡ଼ ଉଡା ଯାତ୍ରା ଦେଖିବା ପାଇଁ ମଜା ନେଇଥାନ୍ତି ଦର୍ଶକ । ଏଇ ଉଡା ଯାତ୍ରା ଓ ନାଟକ ଅକୁହା କାହାଣୀ ଶୁଣିବ କିଏ ବିଳମ୍ବିତ ରାତି ଯାଏ ଦେଖିବାକୁ ମିଳିଥିଲା । ଏଇ କମିଟିର ସଦସ୍ୟ ମାନେ ହେଲେ ଶଶୀକାନ୍ତ,ଉଦୟ, ପ୍ରସନ୍ନ, ଚିତ୍ତରଞ୍ଜନ, ନିରଞ୍ଜନ, ସଞ୍ଚୟ, ରଞ୍ଜିତ, ଅମିତ୍,ମହେଶ, ଲକ୍ଷ୍ମୀ କାନ୍ତ, ରାଜେଶ କମିଟିର ସମସ୍ତ କର୍ମ କର୍ତ୍ତା ଉପସ୍ଥିତ ରହି ମା ବୁଢି ଜାଗୁଳାଇ ଉଡା ଯାତ୍ରାଟିକୁ ସୁଚାରୁରୂପେ ପାଳନ କରିଥିଲେ।

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *