କେନ୍ଦୁମୁଣ୍ଡି ଠାରେ ବ୍ଲକ ସ୍ତରୀୟ ସ୍ବାସ୍ଥ୍ୟ ମେଳା ଉଦଘାଟନୀ ଉତ୍ସବ ଅନୁଷ୍ଠିତ

Spread the love

ପାଟଣାଗଡ଼,(ନାଗରାଜ ନ୍ୟୁଜ ): ପାଟଣାଗଡ଼ ଉପଖଣ୍ଡ ଘସିଏନ୍‌ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସହାୟତାରେ ପାଟଣାଗଡ଼ ବ୍ଲକ୍ କେନ୍ଦୁମୁଣ୍ଡି ଗାଁରେ ଏକ ବ୍ଲକ୍ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାକୁ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପାଟଣାଗଡ଼ ଏସ୍‌ଡ଼ିଏମ୍‌ଓ ଡାକ୍ତର ପୀତବାସ ସା ଘସିଏନ୍‌ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡାକ୍ତର ସୁଜୟ ମେହେର ପାଟଣାଗଡ଼ ବିଡ଼ିଓ ନୀଳମାଧବ ସୁନା ସ୍ୱମନ୍ୱିତ ଶିଶୁ ବିକାଶ ଅଧକାରୀ ଅନୁପମା ପଣ୍ଡା ଜିଲ୍ଲା ପରିଷଦ ସଭ୍ୟ ବାଳିକା ମାଝୀ ସ୍ତାନୀୟ ସରପଞ୍ଚ ବିଭୁ ମେହେର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ସ୍ୱାସ୍ଥ୍ୟ ମେଳାରେ ୭୯୦ ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା। ଏହି ମେଳାରେ ଶିଶୁ ରୋଗ ବିଶେଷଜ୍ଞ, ଭେଷଜ ବିଶେଷଜ୍ଞ, ଦାନ୍ତ ବିଶେଷଜ୍ଞ, ଚକ୍ଷୁ ବିଶେଷଜ୍ଞ, ସମେତ ଆୟୁର୍ବେଦ ଡାକ୍ତର ଯୋଗଦେଇ ଲୋକଙ୍କ ଚିକିତ୍ସା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପରିଦର୍ଶନ କରିଥିଲେ ବଲାଙ୍ଗିର ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ ସେହ୍ନଲତା ସାହୁ। ଏହି ସ୍ୱାସ୍ଥ୍ୟ ମେଳାକୁ ପରିଚାଳନା କରିଥିଲେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିପି ଏମ ରାକେଶ ମିଶ୍ର ଓ ପରେ ପିଏଚ୍‌ଇଓ ଗୋପୀନାଥ ନାୟକ ଧନ୍ୟବାଦ ଦେଇଥିଲେ ।

ବଲାଙ୍ଗୀରରୁ ଦୁର୍ଯ୍ୟୋଧନ ବର୍ଗେଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *