କଟକ ବିଦ୍ୟାଧରପୁର ସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ ସ୍ଥାପନ ଦିବସ ପାଳିତ

Spread the love

କଟକ, (ନାଗରାଜ ନ୍ୟୁଜ): କଟକ ବିଦ୍ୟାଧରପୁର ସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ ର 77ତମ ସ୍ଥାପନ ଦିବସ ଏବଂ ଧାନ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ନିର୍ଦ୍ଦେଶକ ଡ. ପଦ୍ମିନୀ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ କୃଷିଜନିତ ଅଜୈବିକ ପ୍ରବନ୍ଧନ ସଂସ୍ଥାନ, ବାରମତି ର ନିର୍ଦେଶକ ଡ଼ଃ ହିମାଂଶୁ ପାଠକ ଯୋଗ ଦେଇ ପରିବର୍ତ୍ତିତ ଜଳବାୟୁ ପରିପ୍ରେକ୍ଷି ରେ କିପରି ଜମି, ଜଳ,ପରିବେଶକୁ ସୁରକ୍ଷିତ ରଖି କୃଷି ଉତ୍ପାଦନ ବୃଦ୍ଧି ସହିତ ଚାଷୀମାନଙ୍କର ଆର୍ଥିକ ସ୍ଥିତି ସୃଦୃଢ଼ ହୋଇପାରିବ ତାହା ଉପରେ ଆଲୋକପାତ କରିଥିଲେ।କୃଷକ ଓ କୃଷି ସହିତ ଜଡିତ ବ୍ୟକ୍ତି ଆଗକୁ ଆସି କୃଷି କ୍ଷେତ୍ରରେ ଉପୁଜୁଥିବା ବିଭିନ୍ନ ସମସ୍ୟା ବିଷୟ ରେ ଆଲୋଚନା କରିବା ଉଚିତ ବୋଲି ସେ ତାଙ୍କର ଅଭିଭାଷଣ ରେ କହିଥିଲେ।ସଂସ୍ଥାନ ର ପୂର୍ବତନ ନିର୍ଦ୍ଦେଶକ ଡ଼ଃ ଦୀପଙ୍କର ମାଇତି ସମ୍ମାନିତ ଅତିଥି ରୂପେ ରେ ଯୋଗ ଦେଇ କୃଷକମାନେ କିପରି ଉନ୍ନତ କିସମର ବିଜ ପାଇପାରିବେ ସେ ବିଷୟ ରେ ଆଲୋକ ପାତ କରିବା ସହ କୃଷି କ୍ଷେତ୍ର ରେ ଆଗକୁ ଆସୁଥିବା ସମସ୍ୟା ବିଷୟ ରେ ବୁଝାଯାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ବୈଜ୍ଞାନିକ ସୁମନ୍ତ କୁମାର ମିଶ୍ର, ଡ. ଜି ଏ କେ କୁମାର ପ୍ରମୁଖ ଯୋଗ ଦେଇଥିଲେ। ପ୍ରତିଷ୍ଠା ଦିବସରେ ରାଜ୍ୟ ତଥା ରାଜ୍ୟ ବାହାରୁ 200ରୁ ଉର୍ଦ୍ଧ୍ବ ଚାଷୀ ଯୋଗ ଦେଇଥିଲେ। ଆଇ. ସି. ଆର. କଟକ ଏବଂ ଅବସ୍ଥିତ ସମସ୍ତ ଅନୁଷ୍ଠାନର କୃଷି ଵିଜ୍ଞାନ କେନ୍ଦ୍ର ର ଅଧିକାରୀ, ରାଜ୍ୟ ସରକାରଙ୍କର କୃଷି, ମତ୍ସ୍ୟ, ପଶୁପାଳନ ବିଭାଗର ବିଭିନ୍ନ କର୍ମଚାରି ମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟଅତିଥି ଅନୁଷ୍ଠାନ ପକ୍ଷରୁ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ପୁସ୍ତକ,ଫସଲ ସୁରକ୍ଷା ଏବଂ ଫସଲର ଉନ୍ନତି କରଣ ସମ୍ପର୍କିତ ତିନିଟି ପୁସ୍ତକ କୁ ଉନ୍ମୋଚନ କରିଥିଲେ। ଅନୁଷ୍ଠାନରୁ ଅବସର ନେଇଥିବା 26ଜଣ କର୍ମୀଚାରି,14 ଜଣ ଉତ୍କୃଷ୍ଟ କାମ କରିଥିବା କର୍ମଚାରୀ,4ଜଣ ମେଧାବୀ ଛାତ୍ର ଏବଂ 21 ଜଣ ଆଗ ଧାଡ଼ିର କୃଷକ ଙ୍କୁ ସମ୍ମାନିତ କରାଜାଇଥିଲା

Leave a Reply

Your email address will not be published. Required fields are marked *