କୋଣାର୍କ ଭଗବତୀ ମହାବିଦ୍ୟାଳୟ ସମ୍ମୁଖରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Spread the love

ପୁରୀ,(ନାଗରାଜ ନ୍ୟୁଜ): କୋଣାର୍କ ଥାନା ଠାରୁ ପ୍ରାୟ ୫୦୦ ମିଟର ଦୂର କୋଣାର୍କ ମା ଭଗବତୀ ମହାବିଦ୍ୟାଳୟ ସମ୍ମୁଖରେ ଥିବା ଏକ କାଜୁ ଗଛରେ ଝୁଲନ୍ତା ଅବସ୍ଥାରେ ଆଜି ଯୁବକଙ୍କ ମୃତ୍ୟୁ ଦେହ ଉଦ୍ଧାର କରିଛନ୍ତି କୋଣାର୍କ ପୋଲିସ। ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ମୁତାବକ ଯୁବକ ଜଣଙ୍କର ନାମ ମୁନା ପଢୀଆରୀ ହୋଇଥିବା ବେଳେ ତାଙ୍କ ପିତା ଙ୍କ ନାମ ଛଇଲ ପଢୀଆରୀ । ମୃତ ଯୁବକ ଜଣକ ଘର ନିମାପଡା ନିକଟ ତେରୁଣ୍ଡିଆ ଗ୍ରାମରେ ବୋଲି ଜଣା ପଡିଛି। ମୁନାଙ୍କ ବଡ ଭାଇ କହିବା କଥା ତାଙ୍କ ସାନଭାଇ ପ୍ରେମରେ ବିଫଳ ହୋଇଥିଲେ । ଗତ ୩ ଦିନ ହେବ ନିଖୋଜ ଥିଲେ ମୁନା । ତେବେ ୩ ଦିନ ପରେ ଆଜି ସକାଳୁ ତାଙ୍କ ମୃତ ଦେହ ମିଳିବା ପରେ ଘଟଣା ଚର୍ଚ୍ଚା ର ବିଷୟ ହୋଇଛି। କୋଣାର୍କ ପୋଲିସ ଶବକୁ ଜବତ କରିବା ସହ ପୁରୀ ରୁ ସାଇଣ୍ଟିଫିକ ଟିମ ଆସି ଅଧିକ ତଥ୍ୟ ସଂଗ୍ରହ କରୁଛନ୍ତି। ମୃତ ଯୁବକ ଜଣକ ପାଖରେ ଏକ ବ୍ୟାଗ ଥିବା ଦେଖିବାକୁ ମିଳିଛି।ତେବେ ସମ୍ପୂର୍ଣ୍ଣ ତଦନ୍ତ ପରେ ଏହା ହତ୍ୟା ନା ଆତ୍ମହତ୍ୟା ଜଣା ପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *