ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ତରଫରୁ ଶ୍ରୀଜଗନ୍ନାଥ ଧ୍ୟାନମନ୍ତ୍ର ଆଲୋଚନାଚକ୍ର ଅନୁଷ୍ଠିତ

Spread the love

ପୁରୀ,(ନାଗରାଜ ନ୍ୟୁଜ): ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ତରଫରୁ ଶ୍ରୀଜଗନ୍ନାଥ ଧ୍ୟାନମନ୍ତ୍ର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ସ୍ମାର୍ଟ ସିଟି ନିର୍ଦ୍ଦେଶକ ଡ଼ଃ ଶରତ କୁମାର ଆଚାର୍ଯ୍ୟ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ହରିହର ହୋତା ଏବଂ ଶ୍ରୀମନ୍ଦିର ପ୍ରଶାସକ(ନୀତି) ଜିତେନ୍ଦ୍ର କୁମାର ସାହୁ ଏଥିରେ ଅତିଥି ଭାବରେ ଯୋଗଦେଇଥିଲେ। ପ୍ରତିଷ୍ଠାନର ସଭାପତି ବାବା ସଚ୍ଚିଦାନନ୍ଦ ଦାସ ସଭାରେ ଅଧ୍ୟକ୍ଷତା କରିଥିଲେ। ପ୍ରାବନ୍ଧିକ ଡ଼ଃ ଅସିତ ମହାନ୍ତି,ଶିକ୍ଷ୍ୟାବିତ ଡ଼ଃ ତୁଳସୀ ଓଝା, ଆଇନିଜୀବୀ ପୂର୍ଣ୍ଣଚନ୍ଦ୍ର ଦାସ ଓ ଅନ୍ୟ ଅତିଥି ମାନେ ଆଲୋଚ୍ୟ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ।ସେମାନେ କହିଥିଲେ ଯେ ଶ୍ରୀଜଗନ୍ନାଥଙ୍କ ଧ୍ୟାନମନ୍ତ୍ର ସମ୍ପର୍କରେ ଅଧିକ ଆଲୋଚନାର ଆବଶ୍ୟକତା ରହିଛି। ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ସର୍ବଧର୍ମ ସମନ୍ୱୟ ର ପ୍ରତୀକ। ସେ ଦେଵତା ମାନଙ୍କର ଦେବ ଭକ୍ତବର୍ଷଳ ଭଗବାନ। ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ଡ଼ଃ ନରେଶ ଚନ୍ଦ୍ର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସଚିବ ସନ୍ତୋଷ କୁମାର ପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଡ଼ଃ ଜନ୍ମେଜୟ ଚୌଧୁରୀ, ପ୍ରଦୀପ କୁମାର ସାହୁ, ଡ଼ଃ ଗୌତମ ମହାରଣା ସଂଯୋଜନା କରିଥିଲେ। ରବିନାରାୟଣ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ଏହି କାର୍ଯ୍ୟକ୍ରମ ପୁରୀର ହୋଟେଲ ହଲିଡେରିସର୍ଟ ର ସଭାଗୃହରେ ହୋଇଥିଲା।

Leave a Reply

Your email address will not be published. Required fields are marked *