ପଞ୍ଚାୟତ ସମୀକ୍ଷା ବୈଠକରେ ଯୋଗଦେଲେ ପର୍ଯ୍ୟଟନମନ୍ତ୍ରୀ

Spread the love

ଖଇରା, (ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ସମୀକ୍ଷା ବୈଠକରେର ସ୍ଥାନୀୟ ବିଧାୟକ ତଥା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ । ଆଗାମୀ ଦିନରେ କିପରି ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ହେବ, ସେଥିପାଇଁ ସମସ୍ତ ନିର୍ବାଚିତ ପ୍ରତିନିଧି ତଥା ଦଳୀୟ କର୍ମକର୍ତ୍ତାମାନଙ୍କ ସହଯୋଗ ଏକାନ୍ତ କାମ୍ୟ ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଉକ୍ତ ସମୀକ୍ଷା ବୈଠକରେ ଖଇରା ବିଡ଼ିଓ ପର୍ଶୁରାମ ପଣ୍ଡା, ୫ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ମାନସ ଦାଶ, ପଞ୍ଚାୟତର ସରପଞ୍ଚ ବନିତା ପ୍ରଧାନ, ସମିତି ସଭ୍ୟା ବାସନ୍ତୀ ମହାନ୍ତି, ନାୟଵ ସରପଞ୍ଚ ସଞ୍ଜିତା ପାଲଙ୍କ ସମେତ ୧୮ ଟି ୱାର୍ଡର ୱାର୍ଡ ସଭ୍ୟ ସଭ୍ୟା ମାନେ ଉପସ୍ଥିତ ଥିଲେ । ପଞ୍ଚାୟତ ନିର୍ବାହୀ ଅଧିକାରୀ ହେମନ୍ତ ସାମଲ ସଭା ପରିଚାଳନା କରିଥିବାବେଳେ ଅନ୍ୟ ଦଳୀୟ କର୍ମକର୍ତ୍ତା ମାନେ ଉପସ୍ଥିତି ଥିଲେ ।

ବାଲେଶ୍ବର ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *