କୁଶୁବେଣ୍ଟି ପଞ୍ଚାୟତ କାର୍ଯ୍ୟାଳୟଠାରେ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ନେଇ ଆଲୋଚନା

Spread the love

ପୁରୀ,(ନାଗରାଜ ନ୍ୟୁଜ): ବ୍ରହ୍ମଗିରି ବ୍ଲକ କୁଶୁବେଣ୍ଟି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସ ବର୍ମାଙ୍କ ଉପସ୍ଥିତରେ ଆଲୋଚନା କରାଯାଇଛି। ଶ୍ରୀ ଦାସ ବର୍ମା ଏହି କାର୍ଯ୍ୟକ୍ରମରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ମଧୁବାବୁ ପେନସନ ଯୋଜନାରେ ୧୦୪୪ ହିତାଧିକାରୀ ସଠିକ ଭାବେ ଭତ୍ତା ପାଉଛନ୍ତି କି ନାହିଁ, ଜାତୀୟ ଖାଦ୍ୟ ସୁରକ୍ଷା, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ପଞ୍ଚାୟତରେ ୬ଗୋଟି ଖାଦ୍ୟ ବିତରଣ କେନ୍ଦ୍ର ଦ୍ବାରା ୧୬୬୨ ହିତାଧିକାରୀଙ୍କୁ ସଠିକ ସମୟରେ ବଣ୍ଟନ ବ୍ୟବସ୍ଥା କୁ ସୁବନ୍ଦୋବସ୍ତ କରିବା ପାଇଁ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୦ ଏବଂ ୨୦୨୧ ଆର୍ଥିକ ବର୍ଷର CFC ଓ FSFC ଯୋଜନା ମାଧ୍ୟମରେ ଉନ୍ନୟନ କାର୍ଯ୍ୟରେ ନିର୍ଦିଷ୍ଟ ସମୟ ସୀମା ମଧ୍ୟରେ ଟଙ୍କା ବିନିଯୋଗ କରିବା ପାଇଁ ଆଲୋଚନା ହୋଇଛି ଏହା ସହିତ ସରକାରଙ୍କ ତରଫରୁ ପ୍ରାକୃତିକ ବିପର୍ଯ୍ୟୟ ଫନି ସମୟରେ ପ୍ରତ୍ୟେକ ଗ୍ରାମରେ ମାଗଣା ରନ୍ଧା ଖାଦ୍ୟ ସଠିକ ଭାବରେ ବିତରଣ କରାଯାଇଛି କି ନାହିଁ ସେ ସମ୍ପର୍କରେ ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ରତ୍ନବାଳା ବେହେରା, ଉପାଧ୍ୟକ୍ଷା ମାଳିନୀ ଦଲାଇ, ଜିଲ୍ଲା ପରିଷଦ ସଦସ୍ୟ ଜମ୍ବେଶ୍ଵର ସାହୁ, ପରିଷଦ ଅଧ୍ୟକ୍ଷଙ୍କ ପ୍ରତିନିଧି ବିଦ୍ୟାଧର ସ୍ଵାଇଁ, ପୂର୍ବତନ ଉପାଧ୍ୟକ୍ଷ ପ୍ରତିନିଧି ଯୁଧିଷ୍ଠିର ନାୟକ, ସରପଞ୍ଚଙ୍କ ପ୍ରତିନିଧି ରାଧାକାନ୍ତ ସାହୁ, ସମିତି ସଭ୍ୟାଙ୍କ ପ୍ରତିନିଧି ବୃନ୍ଦବନ ପ୍ରଧାନ, ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ଜ୍ୟୋତିର୍ମୟୀ ସେଠୀ, ସହକାରୀ ଯନ୍ତ୍ରୀ ରବି ସାହୁ, ଯୋଗାଣ ଅଧିକାରୀ ଶିବପ୍ରସାଦ ମାହାନ୍ତି, ପଞ୍ଚାୟତ ଯନ୍ତ୍ରୀ ଜିତେନ୍ଦ୍ର ଦାସ ଓ ପଞ୍ଚାୟତ PO ଲକ୍ଷ୍ମୀକାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *