ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଓ ହସପିଟାଲ ନିମନ୍ତେ ଜମି ଅଧିଗ୍ରହଣ ଜନଶୁଣାଣି ଅନୁଷ୍ଠିତ

Spread the love

ପୁରୀ,(ନାଗରାଜ ନ୍ୟୁଜ): ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଓ ହସପିଟାଲ ନିମନ୍ତେ ବାଲୁଖଣ୍ତ ମୌଜାରୁ ଜମି ଅଧିଗ୍ରହଣ ସଂକ୍ରାନ୍ତୀୟ ଜନ ଶୁଣାଣି ଆଜି ଅପରାହ୍ନରେ ବାଲିଗୁଆଳି ଗ୍ରାମ ସଭା ମଣ୍ତପ ପରିସରରେ ଅନୁଷ୍ଠିତ ହୋଇଛି । ବାଲୁଖଣ୍ତ-୧୫୧ ମୌଜାର ଖାତା ନଂ ୯୨ ଓ ୧୨୬ରୁ ୫.୦୨ ଏକର ଜମି ଅଧିଗ୍ରହଣ କରାଯିବ । ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର ପକ୍ଷରୁ ଇଣ୍ଡଷ୍ଟ୍ରିଆଲ ମ୍ୟାନେଜମେଣ୍ଟ କନସଲଟାଣ୍ଟସ ଅଫ ଓଡିଶା ଦ୍ବାରା ଜମି ଅଧଗ୍ରହଣର ସାମାଜିକ ପ୍ରଭାବ ଆକଳନ କରାଯାଇଛି । ଉକ୍ତ ଦୁଇ ପ୍ଲଟର ପ୍ରଭାବିତ ପରିବାର ୭ ଏବଂ ପରିବାର ସଦସ୍ୟଙ୍କ ସଂଖ୍ୟା ୨୪ ରହିଛି ।
ବାଲୁଖଣ୍ତ ମୌଜାର ବାଲିଗୁଆଳି ଠାରେ ୬୫୦ ଶଯ୍ୟା ବିଶିଷ୍ଟ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଏବଂ ହସପିଟାଲ ନିର୍ମାଣ କରାଯାଇଛି । ଏହାଦ୍ବାରା କୌଣସି ପରିବାର ବିସ୍ଥାପିତ ହେଉ ନାହାଁନ୍ତି । ଏହି ପ୍ରକଳ୍ପକୁ ଗ୍ରାମବାସୀ ମାନେ ସ୍ବାଗତ କରିଛନ୍ତି ।

ଏହି ଜନଶୁଣାଣି ଅବସରରେ ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ଭୂଅର୍ଜନ ସ୍ବତନ୍ତ୍ର ଅଧିକାରୀ ଶ୍ରୀ କୈଳାଶ ଚନ୍ଦ୍ର ନାୟକ, ତହସିଲଦାର ଶ୍ରୀ ରବିନ୍ଦ୍ର ପ୍ରଧାନ, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଅଜିତ କୁମାର ମହାପାତ୍ର,ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଓ ହସପିଟାଲ ସୁପରିଣ୍ଟେଣ୍ଡେଣ୍ଟ୍ ଡଃ କୌଶିକ ମିଶ୍ର, ଅତିରିକ୍ତ ସୁପରିଣ୍ଟେଣ୍ଡେଣ୍ଟ୍ ଡଃ ଅମିତ ପ୍ରିତମ ସ୍ବାଇଁ, ଭୂଅର୍ଜନ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ଜେନା, ବାଲିଗୁଆଳି ସରପଞ୍ଚ ଶ୍ରୀ ସିଲୁ ସେନାପତି, ବାଲିଗୁଆଳି ସମିତି ସଭ୍ୟ ଶ୍ରୀମତୀ ମାମିନା ସାହୁ, ଅଂଶିଦାର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *