କୋଟାକ ସିକ୍ୟୁରୀଟି ନାଁରେ ୭୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗ

Spread the love

କଟକ,(ନାଗରାଜ ନ୍ୟୁଜ): କୋଟାକ ସିକ୍ୟୁରୀଟି ନାଁରେ ୭୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗ। ଘଟଣା ଘଟିଛି କଟକ ସାଲେପୁରରେ। ସାଲେପୁର ରୋଧପୁର ଅଞ୍ଚଳର ହିତେଶ ଷଢଙ୍ଗୀ କୋଟାକ ସିକ୍ୟୁରୀଟି ସଂସ୍ଥାରେ ଟଙ୍କା ରଖି ଅଧିକରୁ ଅଧିକ ଫେରସ୍ତ କରିବା କହି ଲୋଭ ଦେଖାଇ ବହୁ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଆଣି ତାଙ୍କୁ ନ ଫେରେଇବାରୁ ସାଲେପୁର ଥାନାରେ 30ରୁ ଉର୍ଦ୍ଧ୍ୱ ନିବେଶକାରୀ ଏତେଲା ଦେଇଛନ୍ତି। ଏତେଲା ଆଧାରରେ ପୋଲିସ ହିତେଶଙ୍କ ସମେତ ଏହି ସଂସ୍ଥାର ଫ୍ରାଞ୍ଚାଇଜ ଆଣିଥିବା ଅକ୍ଷୟ କୁମାର ପତି ଓ ତାଙ୍କ ସ୍ତ୍ରୀ ରାଜଶ୍ରୀ ଦାଶଙ୍କୁ ମଧ୍ୟ ପୋଲିସ ଉଠାଇ ଆଣିଛି। ଅନ୍ୟ ହିତାଧିକାରୀଙ୍କୁ ମଧ୍ୟ ପୋଲିସ ପାଖରେ ଆସି ଅଭିଯୋଗ କରିବା ପାଇଁ ଅତିରିକ୍ତ ଏସ୍ପି ଜଣାଇଛନ୍ତି। ଏନେଇ ସାଲେପୁର ଥାନାରେ 139/22 420 ଦଫାରେ ଏକ ମାମଲା ରୁଜୁହେବା ସହ ହିତେଶ ଷଢଙ୍ଗୀ ଓ ଅକ୍ଷୟ ପତିଙ୍କୁ ଗିରଫ କରାଯାଇଛି ବୋଲି ମଧ୍ୟ ସେ ଜଣାଇଛନ୍ତି। ତଦନ୍ତ ଉନ୍ମୁକ୍ତ ରହିଛି ଆଗକୁ ଏହି ମାମଲାରେ ଆଉ ଯାହାର ସମ୍ପୃକ୍ତି ଆସିବ ତାଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *