ଲୋଅର ସୁକତେଲ ବୁଡି ଅଞ୍ଚଳର ରେଙ୍ଗାଲି ପଞ୍ଚାୟତର ବିସ୍ଥାପିତ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ବଣ୍ଟନ

Spread the love

ପାଟଣାଗଡ଼, (ନାଗରାଜ ନ୍ୟୁଜ): ପାଟଣାଗଡ଼ ଲୋଅର ସୁକତେଲ ପ୍ରକଳ୍ପର ପ୍ରଭାବିତ ଅଞ୍ଚଳରେ ସରକାର ଙ୍କ ପକ୍ଷରୁ ବିସ୍ଥାପିତ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ପାଇଁ ଲୋଇସିଂହା ବ୍ଳକ ପରିସରରେ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି । ଅନୁଷ୍ଠିତ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ରେ ବିଡିଓ ରାମଚନ୍ଦ୍ର ଖାଡିଆ,ଏବିଡିଓ ବିଜୟ ହୋତା , ରେଙ୍ଗାଲି ପଞ୍ଚାୟତ ସମିତି ସଭ୍ୟା ସିଦୋନୀ ବରିହା , ସରପଞ୍ଚ ଶୋଭାଗିନୀ ରାଉତ ପିଇଓ ବାନାମ୍ବର ବାଗ ପ୍ରମୁଖ ଉପସ୍ଥିତ ରହି ଲୋଇସିଂହା ବ୍ଳକ ଅନ୍ତର୍ଗତ ରେଙ୍ଗାଲି ପଞ୍ଚାୟତ ର ପୋଡ଼ମୂଣ୍ଡ ଗ୍ରାମର ବିସ୍ଥାପିତ ୨୦ ଜଣ ପରିବାର ନିଜ ଗୃହ ନିର୍ମାଣ ପାଇଁ ଅନ୍ୟ ଗ୍ରାମ ରେ ନିଜ ନାମରେ ଥିବା ଜମି ପଟ୍ଟା ଦଖଲ କରି ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ପାଇଥିବା ବେଳେ ପୋଡମୁଣ୍ଡ ଗ୍ରାମର ଆଉ ୨୭ ଜଣ ଅନ୍ୟ ଗ୍ରାମ ରେ ନିଜ ନାମରେ ପଟ୍ଟା ତିଆରି ଦଖଲ କରିବା ପରେ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ଯୋଗାଇ ଦିଆଯିବ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମଚନ୍ଦ୍ର ଖାଡିଆ କହିଛନ୍ତି । ଆଗାମୀ କିଛି ଦିନ ମଧ୍ୟରେ ରେଙ୍ଗାଲି ପଞ୍ଚାୟତ ର ରେଙ୍ଗାଲି ୭୨ ଏକର ଜମି ଓ କପିଲବାହାଲ କିଛି ଜମି ଆଂଶିକ ଭାବରେ ପ୍ରଭାବିତ ହେଉଥିବା ବେଳେ କୁମିଆପାଲି, ଅନ୍ତପାଲି ,ଧରୁଆ ପାଲି,ବୁଡାବାହାଲ ଆଦି ଗ୍ରାମ ଗୁଡିକ ସମ୍ପୁର୍ଣ୍ଣ ଭାବେ ପ୍ରଭାବିତ ଅଞ୍ଚଳରେ ସରକାର ଙ୍କ ପକ୍ଷରୁ ବିସ୍ଥାପିତ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି ।

ବଲାଙ୍ଗୀରରୁ ଦୁର୍ଯ୍ୟୋଧନ ବର୍ଗେଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *