ଢେଙ୍କାନାଳରେ ଶ୍ରୀ ରାମଚନ୍ଦ୍ରପୁର ଆଞ୍ଚଳିକ ବାଦ ପାଲାରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଶ୍ରୀ ରାମଚନ୍ଦ୍ର ପୁର ଆଞ୍ଚଳିକ ବାଦପାଲା ରେ ତ୍ରୁତୀୟ ରଜନୀ ରେ ଗାୟକ ମାନଙ୍କ ଉପଲକ୍ଷେ ଏକ ବିଶେଷ କାର୍ଯ୍ୟ କ୍ରମ ସମ୍ବର୍ଦ୍ଧନା ସଭା ଅନୁଷ୍ଠାନ ର ସଭାପତି ବିଜୟ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ମଇମାସ ଦଶ ତାରିଖ ରାତ୍ର ଏଗାରଟାରେ ଅନୁଷ୍ଠିତ ହୋଇଯାଇଅଛି। ଅନୁଷ୍ଠାନ ର ସଂଯୋଜକ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ ସଂଯୋଜନା କରିଥିବା ବେଳେ ସମ୍ପାଦକ ବିଦ୍ୟାଧର ସାହୁ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲାର ଜିଲ୍ଲାପରିଷଦ ଅଧ୍ୟକ୍ଷି ଅର୍ଚ୍ଚନା ପୁହାଣ, ମୁଖ୍ୟ ବକ୍ତା ରୂପେ ଜିଲ୍ଲା ବନଖଣ୍ଡ ଅଧିକାରୀ ଡକ୍ଟର ପ୍ରକାଶ ଚାନ୍ଦ ଗୋଗୀନେନି ଉପସ୍ଥିତ ହୋଇ ଉଦ୍ ଵୋଧନ ଦେବା ସଙ୍ଗେ ସଙ୍ଗେ ଗାୟକ ସମ୍ରାଟ କାଳୁଚରଣ ଦାଶ ଓ ଗାୟକ ଭାସ୍କର ସତ୍ୟ ନାରାୟଣ ଜେନା ଙ୍କୁ ମାନପତ୍ର ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।। ଅନୁଷ୍ଠାନ ର ସଭାପତି, ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଙ୍କୁ ଅନୁଷ୍ଠାନ ତରଫରୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ ବାୟକ ଓ ପାଳିଆ ମାନଙ୍କୁ ଅନୁଷ୍ଠାନ ର ସଭ୍ୟ ମାନେ ସମ୍ବର୍ଦ୍ଧନା ଜଣାଇଥିଲେ। କାର୍ଯ୍ୟ କ୍ରମରେ କୋଷାଧ୍ୟକ୍ଷ ନିତ୍ୟାନନ୍ଦ ପାତ୍ର, ଅଧ୍ୟାପକ ବିକାଶ ଚନ୍ଦ୍ର ମିଶ୍ର, ବରିଷ୍ଠ ସଭ୍ୟ ଶତ୍ରୁଘ୍ନ ମିଶ୍ର, ଶ୍ରୀକାନ୍ତ ଭୂତିଆ ଙ୍କ ସମେତ ବହୁ ସଭ୍ୟ ସଭ୍ୟା ସହଯୋଗ କରିଥିଲେ। ଉଭୟ ଗାୟକ ମହାଭାରତ ଓ ରାମାୟଣ ଉପରେ ପାଲା ପରିବେଷଣ କରିଥିଲେ। ଲଘୁଚାପ ସତ୍ବେ ଶତାଧିକ ଦର୍ଶକ ଉପସ୍ଥିତ ହୋଇ ଆଲୋଚନା ରେ ଭାଗ ନେଇଥିଲେ କ ଏହି କାର୍ଯ୍ୟକ୍ରମ ଟି କଳ୍ପଲତା ମେମୋରିଆଲ ଟ୍ରଷ୍ଟ ତରଫରୁ କରା ଯାଇଥିଲା। ଏହି ମେମୋରିଆଲ ଟ୍ରଷ୍ଟ କୁ ଜନ ସାଧାରଣ ଆଦ୍ରୁତ କରିଥିଲେ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ 

Leave a Reply

Your email address will not be published. Required fields are marked *