ବିଚ୍ କନେକ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ

Spread the love

ପୁରୀ,(ନାଗରାଜ ନ୍ୟୁଜ): ବିଚ କନେକ୍ଟ (ସଂଯୋଗ:ସ୍ବର୍ଣ୍ଣାଭ ବେଳାଭୂମି) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସକାଳ ୬ ଘଟିକା ସମୟରେ ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିସହ ଜୁମ୍ବା ନୃତ୍ୟ, ନିମ୍ବୁ ରେସ, ଯୋଗ, ମ୍ୟୁଜିକ ଚେୟାର, ସ୍ବାସ୍ଥ୍ୟ ପରୀକ୍ଷା, କୁଇଜ ପ୍ରତିଯୋଗିତା, ଲାଇଭ ପେଣ୍ଟିଂ, ପିଲାମାନଙ୍କ ପାଇଁ ବକେଟବଲ, ଆର୍ଚେରୀ, ପିରାମିଡ, ରିଙ୍ଗ ଥ୍ରୋ ଭଳି ଫନ ଗେମ୍, ଟଗ୍ ଅଫ୍ ୱାର (ଦୌଡି ଭିଡା) ଅନୁଷ୍ଠିତ ହୋଇଥିଲା । ଶିଳ୍ପୀ ଏଣ୍ଟରଟେନମେଣ୍ଟ ପକ୍ଷରୁ ସମ୍ବଲପୁରୀ ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

ସମୁଦ୍ରକୂଳ ବ୍ୟବସାୟୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ପୌରସଂସ୍ଥା ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ବେଳାଭୂମି ସଫେଇ ସହ ଏହାର ସୁରକ୍ଷା ନିମନ୍ତେ ସମସ୍ତଙ୍କ ସହଯୋଗ ଲୋଡି ପୌରସଂସ୍ଥା ପକ୍ଷରୁ ଉକ୍ତ କାର୍ଯ୍ୟକ୍ରମ କରାଯାଇଛି । ସରକାରୀ ଅଧିକାରୀ, କର୍ମଚାରୀ, ପର୍ଯ୍ୟଟକ, ହୋଟେଲ ବ୍ୟବସାୟୀ, ବୁଦ୍ଧିଜିବୀ, ପୁରୀବାସୀ, ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା, ସ୍ବେଚ୍ଛାସେବୀ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ପ୍ରମୁଖ ସାମିଲ ହୋଇ । ପ୍ରତି ରବିବାର ବ୍ୟବଧାନରେ ସକାଳ ସାଢେ ୫ ଘଟିକାରୁ ସାଢେ ୮ ଘଟିକା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଯାରି ରହିବ । ଏହି ଅବସରରେ କୁଇଜ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପୌର ସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ବାଇଁ, ଜିଲ୍ଲା ଆପଦକାଳୀନ ଅଧିକାରୀ ଶ୍ରୀ ଜିତେନ୍ଦ୍ର ପାତ୍ର, ଜିଲ୍ଲା କ୍ରୀଡାଧିକାରୀ ଶ୍ରୀ ଚନ୍ଦନ କୁମାର ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ହେମନ୍ତ ବେହେରା, ପରାମର୍ଶଦାତା ଶ୍ରୀ ଜ୍ୟୋତିପ୍ରକାଶ, ଶ୍ରୀ ସିଦ୍ଧାର୍ଥ ରାୟ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *