ଆସନ୍ତା ୧୪ରେ ହେବ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା

Spread the love

ପୁରୀ,(ନାଗରାଜ ନ୍ୟୁଜ ): ଆସନ୍ତା ଜୁନ୍ ୧୪ ତାରିଖରେ ହେବ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ସ୍ନାନ ମଣ୍ଡପରେ ତିନିଘଣ୍ଟା ଧରି ସର୍ବ ସାଧାରଣ ମହାପ୍ରଭୁଙ୍କ ଦୁର୍ଲଭ ହାତୀବେଶ ଦର୍ଶନ କରିପାରିବେ। ତେବେ କେହି ବିଗ୍ରହଙ୍କୁ ସ୍ପର୍ଶ କରିପାରିବେ ନାହିଁ। ଦେବସ୍ନାନ ପୂର୍ଣ୍ଣିମା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ନୀତି ସବକମିଟିର ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳୀକୁ ଛତିଶା ନିଯୋଗ ଅନୁମୋଦନ ଦେଇଛି । ନିଳାଦ୍ରୀ ଭକ୍ତ ନିବାସ ଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ପ୍ରଥମେ ନୀତି ସବକମିଟି ପରେ ଛତିଶା ନିଯୋଗ ବୈଠକ ବସିଥିଲା। ବୈଠକରେ ଆସନ୍ତା ୧୪ ତାରିଖରେ ହେବାକୁ ଥିବା ସ୍ନାନ ପୂର୍ଣ୍ଣିମାର ନୀତି ନିର୍ଘଣ୍ଟ ହୋଇଛି। ମଙ୍ଗଳାର୍ପଣ, ଡୋର ଲାଗି ଓ ପୁଷ୍ପାଞ୍ଜଳି ପରେ ପହଣ୍ଡି ଆରମ୍ଭ ହେବ। ଏଥର ଭକ୍ତଙ୍କ ଗହଣରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବାକୁ ଯାଉଥିବାରୁ ଅଧିକ ଦ୍ବିଗୁଣା ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଜୁନ୍ ୧୪ରେ ଭୋର ୪ଟାରେ ପହଣ୍ଡି ଆରମ୍ଭ ହୋଇ ୬ଟାରେ ଶେଷ ହେବ। ସକାଳ ୯.୩୦ରୁ ୧୧.୩୦ ମଧ୍ୟରେ ଜଳ ବିଜେ ଓ ପୂଜା ହୋଇ ୧୨.୧୫ ରେ ଛେରା ପହଁରା ଓ ୧୨.୩୦ରୁ ୨.୩୦ ମଧ୍ୟରେ ହାତୀବେଶ ଶେଷ କରାଯିବ। ସକାଳେ ପରିମାଣିକ ଟିକେଟ ଦର୍ଶନ କରାଯିବ। ଭକ୍ତ ମାନେ ବଡ଼ଦାଣ୍ଡରୁ ଜଳଲାଗି ଓ ହାତୀବେଶ ପରେ ତିନି ଘଣ୍ଟା ସ୍ନାନ ମଣ୍ଡପ ଉପରେ ବେଶ ଦେଖିବାର ସୁଯୋଗ ପାଇବେ।

ସ୍ନାନପୂର୍ଣ୍ଣମୀ ଦିନ ସନ୍ଧ୍ୟା ୬ ଟାରୁ ରାତି ୯.୩୦ ଯାଏଁ ସର୍ବସାଧାରଣ ଦର୍ଶନ କରିବାକୁ ନୀତି ନିର୍ଘଣ୍ଟ ହୋଇଛି। ସେହିପରି ରାତି ୧୦ ଟାରେ ବାହୁଡ଼ା ପହଣ୍ଡି ଓ ରାତି ୧.୩୦ରେ ସୁନା ଚିତା ଓ ରାହୁରେଖା ମଇଲମ କରାଯିବାକୁ ନୀତି ନିର୍ଘଣ୍ଟ ହୋଇଛି।

Leave a Reply

Your email address will not be published. Required fields are marked *