୧୧୦ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

Spread the love

ପୁରୀ, (ନାଗରାଜ ନ୍ୟୁଜ): ପୁରୀ ଜିଲ୍ଲା Excise Superintendent ଶ୍ରୀଯୁକ୍ତ ଅମରେନ୍ଦ୍ର କୁମାର ଜେନାଙ୍କ ନିର୍ଦେଶ କ୍ରମେ ଜିଲ୍ଲା ମୋବାଇଲ ସ୍କ୍ୱାଡ଼ Inspector ଶ୍ରୀଯୁକ୍ତ ସଞ୍ଜୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ ବାସେଳୀସାହି ଥାନା ଅଧୀନ ମିଶ୍ର ନୋଳିଆସାହି ଠାରେ ଚଢ଼ାଉକରି ସୁନିତା ନାଏକ ନାମକ ଜଣେ ମହିଳାଙ୍କୁ ଗିରଫ କରିଛି । ତାଙ୍କ ଠାରୁ ୧୧୦ ଗ୍ରାମ ବ୍ରାଉନ ସୁଗାର ଜବତ ସହ ବିକ୍ରି ଲବ୍ଧ ରାଶି ୮୦୦ ଟଙ୍କା ମଧ୍ୟ ଜବତ ହୋଇଛି । ଏବଂ ଜିଲ୍ଲା ମୋବାଇଲ ଅବକାରୀ ସ୍କ୍ୱାଡ଼ କେସ ନଂ -୧୫ /୨-୨୩ ରେ କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ପୁରୀ କlରଗlରକୁ ପଠାଯାଇଛି । ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୧୧,୦୦୦୦୦ /-ଟଙ୍କାରୁ ଉର୍ଦ୍ଧ ହେବ । ଏହି ଚଢ଼ାଉରେ ଅବକାରୀ ASI- ସୁବାସ ଚନ୍ଦ୍ର ମହାପାତ୍ର,ମାନସ କୁମାର ମିଶ୍ର , Staff- ପ୍ରଦୀପ୍ତ କୁମାର ପଣ୍ଡା, ଭିକଟୋରିଆ ଡୁଙ୍ଗ ଡୁଙ୍ଗ, ସବିତା ସାହୁ ପ୍ରମୁଖ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *