ଜୋରିମାନା ଆଦାୟକୁ ନେଇ ଅସନ୍ତୋଷ

Spread the love

ଗଞ୍ଜାମ: ଜୋରିମାନା ଆଦାୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ । କବିସୂର୍ୟ୍ୟ ନଗର ଏନଏସି ଏବଂ ଆଖପାଖ ଅଞ୍ଚଳର ଜନସାଧାରଣ ଓ ବ୍ୟବସାୟୀ ଅତିଷ୍ଠ ହୋଇପଡି ପଡି ଏଭଳି ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଜନସାଧାରଣ ମାନଙ୍କୁ ଅଯଥାରେ ରାସ୍ତାରେ ଅଟକାଇ ଠିକ ଭାବରେ ମାସ୍କ ପିନ୍ଧି ନଥିବା ଆଳରେ ପୋଲିସ ଜରିମାନା ଆଦାୟ କରୁଥିବାରୁ ଅସନ୍ତୋଷ ଘଟିଛି। ଆଜି ପୁଣି ଜନସାଧାରଣ ଏବଂ ପ୍ରଶାସନ ଜୋରିମାନା ଆଦାୟ କୁ ନେଇ ମୁହାଁମୁହିଁ ହୋଇଥିଲେ। ଘଟଣା ସ୍ଥଳରେ ଥାନା ଅଧିକାରୀ ପ୍ରଭାତ କୁମାର ସାହୁ ଆସି ବୁଝାବୁଝି କରି ସମାଧାନ କରିଥିଲେ।

Leave a Reply

Your email address will not be published. Required fields are marked *