ଜୁନ ୧୨ରେ ବାରବାଟୀରେ ହେବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟ୍ବି-ଟ୍ବେଣ୍ଟି ମ୍ୟାଚ, ଚାଲିଛି ଜୋରଦାର ପ୍ରସ୍ତୁତି

Spread the love

କଟକ, (ନାଗରାଜ ନ୍ୟୁଜ): ଆସନ୍ତା ଜୁନ ୧୨ ତାରିଖରେ ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟ୍ବି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ । ସମସ୍ତ ପ୍ରସ୍ତୁତି ଜୋରଦାର ହୋଇଛି । ଏ ନେଇ କାଲିଠୁ (ବୁଧବାର) ଟିକେଟ ବିକ୍ରି ମଧ୍ୟ ଆରମ୍ଭ ହୋଇଛି । ମ୍ୟାଚ ସମୟରେ ଖେଳାଳିଙ୍କ ସୁରକ୍ଷା ଓ ଶାନ୍ତିପୂର୍ଣ୍ଣ ଭାବରେ କିପରି ମ୍ୟାଚ ଶେଷ ହେବେ ସେ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ଆଜି (ଗୁରୁବାର) ବିଭିନ୍ନ ବିଭାଗ ପକ୍ଷରୁ ମିଳିତ ଭାବେ ଏକ ମକଡ୍ରିଲ କରାଯାଇଛି।ମ୍ୟାଚରେ ନିୟୋଜିତ ହେବାକୁ ଥିବା, ଅଗ୍ନିଶମ ବିଭାଗ, ସୁରକ୍ଷା କର୍ମୀ, ଓଡ୍ରାଫ, ସ୍ଥାନୀୟ ପୋଲିସ, ମେଡ଼ିକାଲ ଟିମ ଓ ଓସିଏ କର୍ମଚାରୀମାନେ ଉପସ୍ଥିତ ରହିଛନ୍ତି । ଏହି ମକଡ୍ରିଲ ପୂର୍ବରୁ ବୁଧବାର କ୍ଷେତ୍ର ପରିଦର୍ଶନ କରିଥିଲେ କଟକ ଡିସିପି ପିନାକ ମିଶ୍ର।ବିଭିନ୍ନ ପରିସ୍ଥତିର କିପରି ମୁକାବିଲା କରାଯିବ ସେ ନେଇ ମକଡ୍ରିଲ କରାଯିବାକୁ ନିଷ୍ପତ୍ତି ହୋଇଥିଲା । କୌଣସି ପରିସ୍ଥିତିକୁ ଯେପରି ଅଣଦେଖା ନ କରାଯିବ ସେ ଦିଗରେ ସକ୍ରିୟ ରହିବ ପୋଲିସ । ମ୍ୟାଚକୁ ନେଇ ଥିବା ସୁରକ୍ଷା ବ୍ୟବସ୍ଥାକୁ ପୁଙ୍ଖନାପୁଙ୍ଖ ଭାବେ କାର୍ଯ୍ୟକାରୀ କରିବାକୁ ପୋଲିସ ଏକଦମ ପ୍ରସ୍ତୁତ ବୋଲି କହିଛନ୍ତି ଡିସିପି ।

Leave a Reply

Your email address will not be published. Required fields are marked *