ରକ୍ତଦାନ ଶିବିର ,୧୦୦ୟୁନିଟ ରକ୍ତ ସଂଗ୍ରହ

Spread the love

ଖଇରା,(ନାଗରାଜ ନ୍ୟୁଜ): ଖଇରା ବ୍ଳକ କୁପାରି ମା ଅମ୍ବିକା ଉଦାସୀନ ଆଶ୍ରମ ପରିସରରେ ରକ୍ତଦାନ ଶିବିରଅନୁଷ୍ଠିତ ହୋଇଯାଇଛି ।ପୂର୍ବତନ ଵିଧାୟକ ସ୍ୱର୍ଗତ ପର୍ଶୁରାମ ପାଣିଗ୍ରାହୀ ଙ୍କ ୭ମ ପୂଣ୍ୟତିଥି ଉପଲକ୍ଷେ ଆୟୋଜିତ ରକ୍ତଦାନ ଶିବିର କୁ ମନ୍ତ୍ରୀତଥା ତାଙ୍କର ପୁତ୍ର ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଉଦଘାଟନ କରିଥିଲେ । ଉକ୍ତ ରକ୍ତଦାନ ଶିବିରରେ ୧୦୦ଜଣ ଙ୍କଠାରୁ ରକ୍ତସଂଗ୍ରହ କରାଯାଇଥିଲା ।ଏହି ଅବସରରେ ପର୍ଶୁରାମ ପାଣିଗ୍ରାହୀ ଙ୍କ ଘନିଷ୍ଠ ସହଯୋଗୀ ମାନଙ୍କୁ ସମ୍ମାନିତ କରାଯାଇଥିଲା । ଜିଲ୍ଲା ରକ୍ତଭଣ୍ଡାର ର ଡ଼ାକ୍ତର ବସନ୍ତ କୁମାର ଉପାଧ୍ୟାୟ, ଓଡ଼ିଶା ମୋ ପରିବାର ର ସଂଯୋଜକ ପ୍ରହ୍ଲାଦ ପତି ,ଅମ୍ବିକା ଆଶ୍ରମର ବାବା ଶୁଭେନ୍ଦୁ ମୁନି ଉଦାସୀନ ଯୋଗ ଦେଇ ରକ୍ତଦାତା ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ହରିପୁର ପଞ୍ଚାୟତ ତାଳକୁରୁଣିଆ ଗ୍ରାମର ଭିନ୍ନକ୍ଷମ ଯୁବକ ସତ୍ୟାନନ୍ଦ ଦାସସ୍ୱେଚ୍ଛାକୃତ ଭାବେ ରକ୍ତ ଦାନ କରିଥିଲେ ।ପରେ ସାଂସ୍କୃତିକ ଓ ନୃତ୍ୟ ପରିବେଷଣ ହୋଇଥିଲା।ଦିଵସ ବ୍ୟାପିକାର୍ଯ୍ୟକ୍ଲମ ପରିଚାଳନା ରେ ବିଜେଡି ଓ ଲୋକପ୍ରତିନିଧିମାନେ ସହଯୋଗ କରିଥିଲେ ।

ବାଲେଶ୍ୱର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *