ରେଳ ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ କଟକ ଆରପିଏଫ୍ ଯବାନ ସଫିଦ ଖାନ

Spread the love

କଟକ,(ନାଗରାଜ ନ୍ୟୁଜ): ଜୀବନ ବଞ୍ଚାଇଲେ କଟକ ଆର ପି ଏଫ୍ ଯବାନ ସଫିଦ ଖାନ । ଚଳନ୍ତା ଟ୍ରେନରୁ ଓଲ୍ହାଇବାକୁ ଯାଇ ଖସିପଡିଥିବା ଜଣେ ରେଳ ଯାତ୍ରୀଙ୍କୁ ପ୍ଲାଟଫର୍ମକୁ ଟାଣି ଆଣି ବଞ୍ଚାଇଲେ ଜୀବନ ।  ଗତ ରାତି 2.45ମିନିଟ ସମୟରେ କଟକ ରେଳ ଷ୍ଟେସନର 4ନଂ ପ୍ଲାଟଫର୍ମ ରେ ପୁରୁଷତମ ଏକ୍ସପ୍ରେସ ଷ୍ଟେସନ ଭିତରକୁ ପଶୁଥିବା ବେଳେ ଏହି ଘଟଣା ଘଟିଥିବା ଆର ପି ଏଫ୍ ପକ୍ଷରୁ ସୂଚନା ଦିଆଯାଇ ଛି। ଯାତ୍ରୀ ଜଣକ ବିହାରରୁ କଟକ ଆସୁଥିବାର ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *