ରାଜ୍ୟସଭା ଗଲେ ନିରିଞ୍ଜନ ବିଶି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କଲେ ଓଡିଶା ରାଜ୍ୟ ଆଦିବାସୀ ମହାସଂଘ

Spread the love

ଭୁବନେଶ୍ୱର,(ନାଗରାଜ ନ୍ୟୁଜ): ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟ ସଭାର ସାଂସଦ ଭାବରେ ଓଡିଶା ରାଜ୍ୟର ବିଶିଷ୍ଟ ଆଦିବାସୀ ନେତା ତଥା ଓଡିଶା ରାଜ୍ୟ ଶବର ମହାସଭାର ସାଧାରଣ ସମ୍ପାଦକ ନିରଞ୍ଜନ ବିଶିଙ୍କୁ ରାଜ୍ୟସଭାର ସାଂସଦ ପ୍ରାର୍ଥୀ ଭାବରେ ଚୟନ କରିଥିଲେ । ଆଦିବାସୀ ଲଢ଼ୁଆ ନେତା ନିରଞ୍ଜନ ବିଶି ରାଜ୍ୟସଭାକୁ ଯାଇଛନ୍ତି । ଯାହାକୁ ନେଇ ଓଡିଶା ରାଜ୍ୟ ଆଦିବାସୀ ମହାସଂଘ ତରଫରୁ ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଶେଷ କୃତଜ୍ଞତା ଜଣାଯାଇଛି । ତେବେ ବିଜେଡିରେ ଯୋଗ ଦେଇ ନିରଞ୍ଜନ ବିଶି ନିଜର ପ୍ରତିକ୍ରୀୟାରେ କହିଥିଲେଯେ, ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଜେଡିରେ ମିଶିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ଓଡ଼ିଶା ବିକାଶ ପଥରେ ଅଗ୍ରସର ହେଉଛି । ବିଶେଷକରି ଦଳିତ, ଆଦିବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଅନେକ ଲୋକାଭିମୁଖୀ ଯୋଜନା ପ୍ରଣୟନ କରିଛନ୍ତି । ସେ ବିଜେଡିରେ ଯୋଗଦେବା ଫଳରେ ଜନହିତକର କାର୍ଯ୍ୟ ଆହୁରି ତ୍ୱରାନ୍ୱିତ ହୋଇପାରିବ । ମୋତେ ଦଳ ଯାହା ଦାୟିତ୍ୱ ଦେବ ମୁ ତାକୁ ନିର୍ବାହ କିରିବ ।

ଶ୍ରୀ ବିଶି ଆଦିବାସୀ ଜିଲ୍ଲା କଲ୍ୟାଣ ସଂଘର ମହାସଚିବ ଅଛନ୍ତି । ସେହିପରି ଜିଲ୍ଲା ଆଦିବାସର କଲ୍ୟାଣ ସଂଘ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ସାଧାରଣ ସମ୍ପାଦକ, ଓଡ଼ିଶା ରାଜ୍ୟ ଶବର ସମାଜ ମହାସଂଘର ମହାସଚିବ, ପଶ୍ଚିମ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସଭାପତି, ୱେସ୍କୋ ଏସଟି କର୍ମଚାରୀ କଲ୍ୟାଣ ସଂଘର ସଭାପତି, ପଶ୍ଚିମାଞ୍ଚଳ ବିଜୁଳି ଶ୍ରମିକ ସଂଘର ଉପସଭାପତି ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀେୀ ରହି କାର୍ଯ୍ୟ କରିଛନ୍ତି । ଅନ୍ୟପଟେ ଆଦିବାସୀ ମହାସଂଘ ତରଫରୁ ନିରଞ୍ଜନ ବିଶିଙ୍କୁ ପୁଷ୍ପ ଗୁଚ୍ଛ ଏବଂ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧନା ଜଣାଯାଇଥିଲା । ସମ୍ବର୍ଦ୍ଧନା ସଭାରେ କଟକ ଜିଲ୍ଲାର ଶରତ ଚନ୍ଦ୍ର ନାୟକ, ଢେଙ୍କାନାଳର ଗଣେଶ ପ୍ରଧାନ,କୃଷ୍ଣ ଖଟୁଆ ,ରମେଶ ଦେହୁରୀ,ରସାନନ୍ଦ ଦେହୁରୀ, ଭୁବନେଶ୍ୱର ର ଅତୁଳ ନାୟକ,ଖୋର୍ଦ୍ଧା ଜ଼ିଲ୍ଲାର ଲକ୍ଷ୍ମୀଧର ବେହେରା,ନୟାଗଡ ଜ଼ିଲ୍ଲାର ବେଲେଶ୍ୱର ବେହେରା,ଅନୁଗୁଳ ଜ଼ିଲ୍ଲାର ମକାର୍ଧ୍ଵଜ ଦେହୁରୀ,କାର୍ତ୍ତିକ ଦେହୁରୀ, ଯାଜପୁର ଜ଼ିଲ୍ଲାର କାନ୍ହୁ ସାମଲ,ପ୍ରଭାକର ସାମଲ,କୃଷ୍ଣ ଚନ୍ଦ୍ର ନାୟକ,ଧ୍ରୁବ ଚରଣ ଦେହୁରୀ ଓ ଖତି ନାୟକ ସହିତ ଶତାଧିକ ଆଦିବାସୀ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *