ଅଙ୍ଗନୱାଡି ଛୁଆଙ୍କ ଖାଇବା ଅଣ୍ଡାରୁ ଚିଆଁ ବାହାରିଲେ ଭବିଷ୍ୟତ ବଢିବ କେମିତି ?

Spread the love

ବାରଙ୍ଗ,(ନାଗରାଜ ନ୍ୟୁଜ): ବାରଙ୍ଗ ବ୍ଲକ ଅଧିନସ୍ଥ ମୁଣ୍ଡଳୀ ଗ୍ରମା ତଳ କୖବର୍ତ୍ତ ସାହି ଅଙ୍ଗନୱାଡି ପିଲାମାନଙ୍କୁ ଦିଆଯାଇଥିବା ଅଣ୍ଡାରୁ ଚିଆଁ ବାହାରିଛି। ଗାଁର ଅଙ୍ଗନୱାର୍ଡି ଦିଦି ପ୍ରତି ପିଲା ପିଛା ୧୨ଟି ଲେଖାଏଁ ଅଣ୍ଡା ଦେଇଥିଲେ। ଘରେ ମା’ ମାନେ ଅଣ୍ଡା ସିଝାଇବା ବଳେ ସିଝି ନଥିଲା। କେତେକ ମା’ ଆମଲେଟ୍ କରି ଦେବା ଲାଗି ଅଣ୍ଡା ଭାଙ୍ଗିବା ବେ‌ଳେ ସେଥିରୁ ଚିଆଁ ବାହାରିଥିଲେ। ସନ୍ଦେହ ହେବାରୁ ସମସ୍ତେ ମିଳିଥିବା ଅଣ୍ଡାସବୁକୁ ପରଖିଥିଲେ। ପିଲାମାନଙ୍କୁ ଖାଇବାକୁ ଦେଇ ନ ଥିଲେ। ସାହିର ରାମ ଚନ୍ଦ୍ର ବେହେରା,ଉଗ୍ରସେନ ସୂତାର,ରୀନା ବେହେରା,ସୁମୀ ସୂତାର,ତନୁ ବେହେରାଙ୍କ ସମେତ ପିଲାଙ୍କୁ ମିଳିଥିବା ଅଣ୍ଡାରୁ ଚିଆଁ ବାହାରିବା ପରେ ସେମାନ‌େ ଅସନ୍ତୋଷ ବ୍ୟବକ୍ତ କରିଛନ୍ତି। ଏବାବଦରେ ବାରଙ୍ଗ ସିଡିପିଓଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ ଅନୁସନ୍ଧାନ କରି କିଛି କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *