କେନ୍ଦ୍ର ସରକାରଙ୍କ ଅଗ୍ନିପଥ ନିୟମକୁ ବିରୋଧ କରି କଟକରେ ବିକ୍ଷୋଭ

Spread the love

କଟକ, (ନାଗରାଜ ନ୍ୟୁଜ): ସେନାରେ ଭର୍ତି ହେବାପାଇଁ କେନ୍ଦ୍ରସରକାର ଜାରିକରିଥିବା ନୂଆ ନିୟମ ଅଗ୍ନିପଥ ବ୍ୟବସ୍ଥାକୁ ବିରୋଧ କରି ଆଜି ବିଭିନ୍ନ ଜିଲ୍ଲାର ଆଶାୟୀ କଟକ ଆର୍ମୀ ଅଫିସ ସମ୍ମୁଖରେ ପ୍ରତିବାଦକରି ବିଭିନ୍ନ ଦାବି ଉପସ୍ଥାପନ କରି କହିଥିଲେ କି ତୁରନ୍ତ ପରୀକ୍ଷା କରା ଯାଉ, ସର୍ବୋଚ୍ଚ ବୟସ ସୀମା କୋହଳ କରାଯାଉ,ସେନା ବାହିନୀ ରେ ନିଚ୍ଚ ରାଜନୀତି ବନ୍ଦ ହେଉ, ସେନା ବାହିନୀରେ କାମ କରିବା ଚାକିରୀ ନୁହଁ ବରଂ ଅଗଣିତ ଯୁବ ସମାଜର ଭାବା ବେଗର ଉତ୍ସ୍ୱସ। ଏ ସବୁ ଦାବି ଗୁଡ଼ିକ ତୁରନ୍ତ ପୂରଣ ପାଇଁ ଆଶାୟୀ ପ୍ରାର୍ଥୀ ମାନେ ARO ସମ୍ମୁଖ ରେ ଧାରଣା ଦେଇ ଦାବି ପତ୍ର ପ୍ରଦାନ କରିବା ସମୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା ଫଳରେ ଧାରଣା ରତ ଯୁବକ ମାନେ ଢେଲା ପଥର ମାଡ କରିବା ସହ ରାସ୍ତାରେ ନିଆଁ ଜାଳି ରାସ୍ତା ଅବରୋଧ କରିଥିଲେ। ପରିସ୍ଥିତି ଅଣ ଆୟତ୍ତ ହେବାରୁ ପୋଲିସ ପକ୍ଷରୁ ଲାଠି ମାଡ,କରାଯାଇ ପ୍ରତିବାଦ ସ୍ଥଳରୁ ଘଉଡାଇ ଦିଆଯାଇଥିଲା। ଘଟଣା ସ୍ଥଳରେ ପୋଲିସ ଡିସିପି,ଅତିରିକ୍ତ ପୋଲିସ ଡିସିପି ଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି।

Leave a Reply

Your email address will not be published. Required fields are marked *