ଟିଟିଲାଗଡ ବନବିଭାଗ ତରଫରୁ ପ୍ରକୃତିମିତ୍ର ଆଦର୍ଶ ସଂସ୍କୃତିକ ସଙ୍ଘଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

Spread the love

ଟିଟିଲାଗଡ, (ନାଗରାଜ ନ୍ୟୁଜ): ଟିଟିଲାଗଡ ବ୍ଲକ୍ ଅନ୍ତର୍ଗତ ନାରେନ୍ ଗ୍ରାମରେ ଏହି ବର୍ଷ ରାଜ୍ୟ ସ୍ତରୀୟ ପ୍ରକୃତି ମିତ୍ର ଆୱାର୍ଡ଼ ଆଦର୍ଶ ସାଂସ୍କୃତିକ ସଂଘ ପାଇଥିବାରୁ ଟିଟିଲାଗଡ ବନବିଭାଗ ତରଫରୁ ଉକ୍ତ ସଂଘର ସଭାପତି ଓ ସମ୍ପାଦକଙ୍କୁ ସମ୍ମାନିତ ସହ ଭବ୍ୟ ସ୍ଵାଗତ କରିଥିଲେ। ସଂଘ ଟି ପରିବେଶ ଜଳ ଜଙ୍ଗଲ କୁ ଠିକ୍ ଭାବରେ ସୁରକ୍ଷା ଜାରି ରଖି ଥିବାରୁ ସବୁଜ ପରିବେଶ ଗଢ଼ିବା ପାଇଁ ସବୁ ବେଳେ ଗାଁ ଗାଁ ବୁଲି ସଚେତନ କରୁ ଥିବାରୁ ଗତ ତା. ୦୫.୦୬.୨୦୦୨ ରାଜ୍ୟ ସ୍ତରୀୟ ବିଶ୍ଵ ପରିବେଶ ଦିବସ ଭୁବନଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ରେ ଏହି ସଂଘ କୁ ପୁରସ୍କାର ସହିତ କୋଡ଼ିଏ ହଜାର ଟଙ୍କା ଦିଆଯାଇଥିଲା। ସମ୍ବର୍ଦ୍ଧନା ସଭାରେ ଟିଟିଲାଗଡ ବନବିଭାଗ ମୁଖ୍ୟ ସଂଘ ଟି କିପରି ଭାବରେ ଅହୁରି ଆଗକୁ ପରିବେଶ କିପରି ଆଗକୁ ଠିକ୍ ରହିବ ତାହା ଅଭିଭାଷଣ ମାଧ୍ୟମ ରେ କହିଥିଲେ ପୁରସ୍କାର ପାଇଥିବା ସଂଘ ମଧ୍ୟ ଟିଟିଲାଗଡ ବନବିଭାଗ କୁ ଧନ୍ୟବାଦ୍ ଦେଇ ଆପଣଙ୍କ ସହଯୋଗ ରୁ ଆମ୍ଭେ ଏତେ ଦୂର ପର୍ଯ୍ୟନ୍ତ ପହଞ୍ଚି ଅଛୁ ଓ ଆପଣଙ୍କ ତଥା ବନବିଭାଗ ର ଆଶୀର୍ବାଦ ସବୁବେଳେ ଆମ ସଂଘ ରେ ରହୁଥାଉ ବୋଲି ସଂଘର ସମ୍ପାଦକ ସରୋଜ ପୁଝାରୀ କହିଥିଲେ ।

Leave a Reply

Your email address will not be published. Required fields are marked *