ସ୍ମାର୍ଟକ୍ଲାସ ରୁମ୍ ଉଦଘାଟିତ

Spread the love

କଟକ,(ନାଗରାଜ ନ୍ୟୁଜ): କଟକର ସର୍ବ ପୁରାତନ ସରକାରୀ ବିଦ୍ୟାଳୟ ରେଭେନ୍ସା କଲିଯିଏଟ ସ୍କୁଲ ଠାରେ ଆଜି ଶନିବାର ଦିନ 3 ଟି ସ୍ମାର୍ଟ କ୍ଳାସରୁମ ଛାତ୍ର ଛାତ୍ରୀ ମାନଙ୍କ ଉଦେଶ୍ୟ ରେ ଲୋକାର୍ପଣ କରଯାଇଛି I ଏହି କ୍ଳାସରୁମ କୁ ସ୍ୱର୍ଗତଃ ବିଶ୍ୱନାଥ ପଶାୟତ ସ୍ମାରକି ନାମରେ ନାମିତ କରାଯାଇଛି I ପ୍ରାୟ 9 ଲକ୍ଷ ଟଙ୍କା ବେୟ ରେ ଏହି କ୍ଳାସରୁମ ଖୋଲା ଯାଇଛି I ଏଥି ପାଇଁ 6 ଲକ୍ଷ ଟଙ୍କା ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇ ଥିଲାବେଳେ ବିଶ୍ୱ ନାଥ ପଶାୟତ ସ୍ମୃତି ସଂସଦ ପକ୍ଷରୁ 3 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି I ସୁପ୍ରିମ କୋର୍ଟ ର ପ୍ରାକ୍ତନ ମୁଖ୍ୟ ବିଚାର ପତି ତଥା S.I.T ର ଉପାଧ୍ୟକ୍ଷ ଜଷ୍ଟିସ ଅରଜିତ ପଶାୟତ ଏବଂ ମେୟର ସୁବାସ ସିଂ ଯୋଗଦେଇ 3 ଟି ସ୍ମାର୍ଟ କ୍ଳାସରୁମ କୁ ଲୋକାର୍ପଣ କରି କହିଲେ ଗୁରୁ ହିଁ ସର୍ବଶ୍ରେଷ୍ଠ ତେଣୁ ଗୁରୁ ମାନଙ୍କୁ ସମ୍ମାନ ଦେବା ଆବଶ୍ୟକ l ଏକଦା ମୁଁ ଏହି ବିଦ୍ୟାଳୟ ର ଛାତ୍ର ଥିଲି ତେଣୁ ଛାତ୍ର ଛାତ୍ରୀ ମାନେ ଜ୍ଞାନ ଅର୍ଜନ କରି ନିଜର ଭବିଷ୍ୟତ ଗଠନ କରି ଏହି ବିଦ୍ୟାଳୟର ସମ୍ମାନ ରକ୍ଷା କରଂତୁ ମେୟାର ଶ୍ରୀ ସୁବାସ ସିଂ କହିଲେ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ଆଣିଛନ୍ତି I

ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ମାନ ବୃଦ୍ଧି ପାଇଁ ସରକାର 5 ଟି ମାଧ୍ୟମରେ ମୋ ସ୍କୁଲ ଅଭିଯାନ କୁ ରୁପାନ୍ତିକରଣ କରିଛନ୍ତି I କଟକ ରେ ତିରିଶ ଟି ସ୍କୁଲ ମୋ ସ୍କୁଲ ଅଭିଯାନ ରେ ସାମିଲ କରାଯାଇଛି I ତେଣୁ ରେଭେନ୍ସା କଲିଜିଏଟ ସ୍କୁଲ କୁ ଏହି ଅଭିଯାନ ରେ ସାମିଲ କରାଯାଇ ଅଧିକ ଗୁରୁତ୍ୱ ଦିଆ ଯାଉଛି।ଏହି ଅବସରରେ ଅତିଥି ମାନେ ବିଦ୍ୟାଳୟ ପରିସର ରେ ବୃକ୍ଷରୋପଣ କରିଥିଲେ I ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଡ଼କ୍ଟର ଅନୁସ୍ମିତା ସ୍ୱାଇଁ ସ୍ୱାଗତ ଭାଷଣ ଦେଇଥିଲେ I ଶିକ୍ଷକ ବିଶ୍ୱ ନାଥ ମିଶ୍ର, ପ୍ରଦୀପ ନାୟକ ଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ I

Leave a Reply

Your email address will not be published. Required fields are marked *