ମାଗଣା କ୍ୟାନ୍ସର ଚିକିତ୍ସା ଶିବିର ଅନୁଷ୍ଠିତ

Spread the love

କଟକ, (ନାଗରାଜ ନ୍ୟୁଜ): ଭୁବନେଶ୍ୱର ସ୍ଥିତ ଆପୋଲୋ କ୍ୟାନ୍ସର ହସପିଟାଲ ଏବଂ କଟକ ଲାୟନ୍ସ୍ କ୍ଳବ୍, ଭେଲ ବେଟ କ୍ଳବ୍, ପର୍ଲ କ୍ଳବ୍ ର ମିଳିତ ଆନୁକୁଲ୍ୟରେ ଆଜି ଖାନନଗର ସ୍ଥିତ ସାଉଥ୍ ପଏଣ୍ଟ ହସ୍ପିଟାଲ ଠାରେ ମାଗଣାରେ କ୍ୟାନ୍ସର ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଲୋକମାନଙ୍କର କ୍ୟାନ୍ସର ରୋଗର ପରୀକ୍ଷା ନିରୀକ୍ଷା କରାଯାଇଥିଲା।ଚିହ୍ନଟ ହୋଇଥିବା ରୋଗୀ ମାନଙ୍କୁ ଚିକିତ୍ସା ପାଇଁ ପରାମର୍ଶ ଦିଆ ଯାଇଛି।ଆପୋଲ ହସ୍ପିଟାଲ ର ଚିକିତ୍ସକ ଡକ୍ଟର ଗରିମା ସେନୋଗି, ଡକ୍ଟର ସ୍ଥିତି ଦାସ,ଡକ୍ଟର ସୁନିଲ ଜେଶ୍ୱାଲ, ଡକ୍ଟର ଦିବ୍ୟସିଂହ ସିନ୍ନା ଲୋକ ମାନଙ୍କୁ ନାନା ପରୀକ୍ଷା ନିରୀକ୍ଷା କରିଥିଲେ। ଅପୋଲ ହସ୍ପିଟାଲ ର ମୁଖ୍ୟ ଡକ୍ଟର ଆଲୋକ ଶ୍ରୀବାସ୍ତବ ଏବଂ ଲାୟନ୍ସ କ୍ଳବ୍ ର ଜିଲ୍ଲା ଗଭର୍ଣ୍ଣର ଲୟନ୍ ଗୌରୀ ଶଙ୍କର ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦ୍ଘାଟନ କରିଥିଲେ। ଉଭୟ ଅତିଥି ମାନେ ଶିବିରକୁ ଉଦ୍ଘାଟନ କରି କହିଲେ ଲାୟନ୍ସ କ୍ଳବ୍ ଏକ ସେବା ମୂଳକ ସଂଗଠନ କ୍ଳବ୍ ପକ୍ଷରୁ କ୍ୟାନ୍ସର ଶିବିର ଆୟୋଜନ କରିଥିବାରୁ ଏହା ନିଶ୍ଚିତ ପ୍ରଶଂସନୀୟ ଲୟନ ସଂଗୀତା ସାହା, ଲାୟନ୍ ଅଳକା ଶୀଙ୍ଗି,ପ୍ରିୟଙ୍କା ଅଗ୍ରୱାଲ, କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ପ୍ରାରମ୍ଭରେ ଲାୟନ ସଂଗୀତା ସାହା ସ୍ଵାଗତ ଭାଷଣ ଦେଇ ଶିବିର ସମ୍ପର୍କରେ ସୂଚନା ଦେଇଥିଲେ।ଏହି ଅବସରରେ କ୍ଳବ୍ ପକ୍ଷରୁ ଚିକିତ୍ସକ ମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା। ଡକ୍ଟର ରାଜ କୁମାର ସନ୍ତୁକା,ଡକ୍ଟର ବିନୟ ସାନ୍ତୁକା ପ୍ରମୁଖ ବହୁ ବିଶିଷ୍ଟ ଚିକିତ୍ସକ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *